ସବୁଠି ଗୋଟିଏ ଚର୍ଚ୍ଚା : ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ କିଏ ଜିତିବ ଆଉ କିଏ ହାରିବ ; ଚାଲିଛି ଗାଁ ଗାଁ ରେ ଅଙ୍କ କଷା

ଓଡ଼ିଶା ତାଜା ନ୍ୟୁଜ୍ (୨୫ ଫେବ୍ରୁଆରୀ ଶୁକ୍ରବାର ) ରଣପୁର : – ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀରେ ଓଡ଼ଗାଁ , ରଣପୁର ୨ଟି ବ୍ଲକ୍ । ଓଡ଼ଗାଁ ବ୍ଲକ୍ ରେ ୧୭ ଟି ପଞ୍ଚାୟତ ଓ ରଣପୁର ବ୍ଲକ୍ ରେ ୩୭ଟି ପଞ୍ଚାୟତ ତେବେ ରଣପୁର ନିର୍ବାଚନ ମଣ୍ଡଳୀ ରେ ସର୍ବମୋଟ ୫୪ଟି ପଞ୍ଚାୟତ । ସରିଛି  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ । ଡବା ଭିତରେ ଏବେ ନେତା ଙ୍କ ଭାଗ୍ୟରେଖା .. ଦେଖାଯାଉ ଡବାରୁ କିଏ  କିଏ ବାହାରିବେ  ? ଏହାକୁ ନେଇ ତ୍ରି ଦଳୀୟ କର୍ମୀଙ୍କ ମନରେ ଦ୍ଵନ୍ଦ ଉପୁଜିଛି ।  ସବୁଠି ରାଜନୈତିକ ଉଷ୍ମତା ଅସ୍ଥିର ଥିବା ବେଳେ ସରିଛି ନିର୍ବାଚନୀ ଲଢ଼େଇ , ହାରିବା ଜିତିବା କୁ ନେଇ ଲାଗିଛି ଛକାପଞ୍ଝା … ଅନ୍ୟପଟେ  ୫୪ ଟି ପଞ୍ଚାୟତ ରେ କେଉଁ ଦଳର ପଲ୍ଲା କେତେ ଭାରି ଏ ନେଇ   ତୁଙ୍ଗ ରାଜନେତା ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ହୋଇଛି । ରଣପୁରବ୍ଲକ ର ୬ ଟି ଜିଲ୍ଲା ପରିଷଦଙ୍କୁ  ନେଇ ସାଧାରଣ ରେ ଚର୍ଚ୍ଚା ଜୋର ହେଉଥିବା  ଦେଖା ଦେଇଛି । ତିନି ଦଳ ର ତୁଙ୍ଗ ନେତା ଓ ବିଜେଡି ବିଧାୟକ ଙ୍କ ଆଖିରେ ଆଉ ନିଦ ନାହିଁ , ଚାଲିଛି ଏବେ ଗଣିତ କଷା …  

ଗ୍ରାମ ପଞ୍ଚାୟତ ଗୁଡିକରେ ସମିତିସଭ୍ୟ , ସରପଞ୍ଚ , ୱାର୍ଡମେମ୍ବର ଙ୍କୁ ନେଇ ଏକ ପ୍ରକାର ଘୋ ଉଠିଥିବା ବେଳେ ଚାନ୍ଦପୁର , ଗୋପାଳପୁର, ରଣପୁର ,ସୁନାଖଳା,ଗୋଡିପଡା, ଶରଣକୁଳ ଜୋନ ଗୁଡ଼ିକର ଜିଲ୍ଲାପରିଷଦ ପଦ ପଦବୀ କୁ ନେଇ ତିନି ଦଳରେ ଜୋରସୋର ଭାବେ ଚାଲିଛି ଅଙ୍କ କଷା । ଚାନ୍ଦପୁର ,ରଣପୁର ,ଶରଣକୁଳ ଜୋନ ରେ ବିଜେଡି ର ରାସ୍ତା ସଫା ଥିବା ବେଳେ ସୁନାଖଳା , ଗୋଡିପଡା , ଗୋପାଳପୁର ଜୋନ ରେ ବିଜେଡି ର ଦ୍ଵନ୍ଦ ଥିବା ଭଳି ଅନୁଭବ ହୋଇଛି । ସୂଚନା ପୂର୍ବକ  ଏହି ତିନୋଟି ଜୋନ ର ଭୋଟ ଗଣତି ପୂର୍ବରୁ ବାହାରିଲାଣି ବିଜେଡି ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ମୁଣ୍ଡ ବିନ୍ଧା …. ଉକ୍ତ ତିନୋଟି ଜୋନ ରେ ବହୁଳ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା ଏବଂ ନିର୍ବାଚନ ପରେ ମଧ୍ୟ ଏହାର ଛକାପଞ୍ଝା ଦ୍ଵି ଗୁଣ ଥିବା ଦେଖିବାକୁ ମିଳୁଛି । 

ଗୋପାଳପୁର ୨୩ ନଂ ଜୋନ ରେ ବିଜେଡି ର ନର୍ମଦା ରାୟ ଙ୍କ ସହିତ  ବିଜେପି ର ଯୁବ ସଙ୍ଗଠକ ଅଭିଷେକ ସାମନ୍ତରାୟ ଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ତରାଇ ଙ୍କ ସହ ଜୋରଦାର ଲଢେଇ ହୋଇଥିବା ବେଳେ ସେଠି ବିଜେଡି ଜିତିବାର ଆଶଙ୍କା ଖୁବ କମ ବୋଲି ମତ ଦେଉଛନ୍ତି ବୁଦ୍ଧିଜୀବି ମାନେ ।  ଏବେ ସୁନାଖଳା ୨୨ନଂ ଜୋନ ରେ ବିଜେଡି ଜିଲ୍ଲା ପରିଷଦ ଦେବାଶିଷ ପଟ୍ଟନାୟକଙ୍କ ସହିତ ବଜେପି ର ମହେନ୍ଦ୍ର ସାହୁଙ୍କ ଲଢ଼େଇ ନିର୍ବାଚନ ଗଣତି  ପରେ କି ରୂପ ନେଉଛି ତଥା କିଏ ବିଜୟ  ହେଉଛି ଏହା ରାଜନୀତି ମହଲ ଓ ଚା ଖଟି ରେ ଚର୍ଚ୍ଚା ର ବିଷୟ ହୋଇପଡିଛି । ଏହାପରେ ଗୋଡ଼ିପଡା ୪ନଂ ଜୋନ ରେ ବିଜେଡି ର ଜିଲ୍ଲା ପରିଷଦ ପ୍ରାର୍ଥୀନି ସଂଯୁକ୍ତା ପଢ଼ିଆରୀ ଙ୍କ ସହିତ ବିଜେପି ର ଜିଲ୍ଲା ପରିଷଦ ପ୍ରାର୍ଥୀନି ପ୍ରତିମା ପ୍ରଧାନ ଙ୍କର ଜୋରଦାର ଲଢ଼େଇ ହେଉଥିବା ବେଳେ ବିଜେଡି ବହୁ ପଛୁଆ ରହିଥିଲା ତେବେ ନିର୍ବାଚନ ଭୋଟ ଗଣତି ପରେ ବିଜେପି ବିଜେଡି ମଧ୍ୟରୁ କିଏ ବାଜିମାର କରୁଛି ଦେଖିବାକୁ ବାକି ରହିଲା । 

ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର ଓ ପୂର୍ବତନ ବିଧାୟିକା ସୁରମା ପାଢୀ ନିର୍ବାଚନର କର୍ମୀ ମାନଙ୍କ ସହ ବସି ଜୋରଦାର ଭାବେ ଅଙ୍କ କଷା ଚଳାଇଥିବା ଦେଖିବାକୁ ମିଳୁଛି ।  କିଏ କେଉଁଠୁ କେତେ ଭୋଟ ପାଇବେ ବୋଲି ରାତି ଦିନ ଗୋଟେ କରିଦଉଛନ୍ତି ନେତା ମାନେ … ଦେଖାଯାଉ ନେତା ଙ୍କ ଫଳାଫଳ ଡବା ର ଭାଗ୍ୟ ନିର୍ଦ୍ଧାରଣ କରୁଛି ନା ନେତା ଙ୍କ ଅଙ୍କ କଷା ଫଳାଫଳ ବୃଥା ଯାଉଛି ।  ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଦଳର ରାଜନେତା ମାନଙ୍କ ର ହୃତସ୍ପନ୍ଦନ ବଢ଼ିବାରେ ଲାଗିଛି କେଉଁ ଦଳରୁ ଆସିବ ସର୍ବାଧିକ ଆସନ ଓ କେଉଁ ଦଳ ହାତକୁ ଯିବ ଜିଲ୍ଲା ପରିଷଦ ଆସନ ?  ଆଗକୁ ଦେଖିବାକୁ ମିଳି