ଅଧ୍ୟକ୍ଷା ଆସନ ହାତେଇବାକୁ ବିଜେଡି ର ଦୁଇ ଦଳ ମଧ୍ୟରେ ଚାଲିଛି ଜୋରଦାର ଲଢେ଼ଇ ; ଅଜ୍ଞାତବାସରେ ସମିତିସଭ୍ୟ ପ୍ରାର୍ଥୀ

ଓଡ଼ିଶା ତାଜା ନ୍ୟୁଜ୍ (୨୪ ଫେବ୍ରୁଆରୀ ଗୁରୁବାର ) ଦଶପଲ୍ଲା :- ଅଧିକାଂଶ ସାମ୍ଭାବ୍ୟ ବିଜୟୀ ପ୍ରାର୍ଥୀ ଏବେ ଅଜ୍ଞାତବାସ ରେ .. ଅଧ୍ୟକ୍ଷା ପଦ କୁ ହାତେଇବା ପାଇଁ ଚାଲିଛି ଛକା ପଞ୍ଝା । ଦଶପଲ୍ଲା ରେ ବିଜେଡି ର ଦୁଇ ଦଳ  ପଞ୍ଚାୟତ ସମିତି ର ଅଧ୍ୟକ୍ଷା ଆସନ ହାତେଇବାକୁ ପ୍ରୟାସ ଜାରି ରଖିଥିବା କଥା ଜଣା ପଡ଼ିଛି । ଶାସକ ବିଜେଡ଼ି ଗୋଷ୍ଠୀ ଓ ଅସନ୍ତୁଷ୍ଟ ବିଜେଡ଼ି ଗୋଷ୍ଠୀ ମଧ୍ୟରେ ଚାଲିଛି ଛକାପଞ୍ଝା । ଏହି ଆସନଟି ମହିଳା ସଂରକ୍ଷିତ ରହିଥିବା ବେଳେ ଅତି ସତର୍କତାର ସହ ନିଜ ସମର୍ଥକ ତଥା ବିଜୟୀ ସମ୍ଭାବନା ଥିବା ସମିତିସଭ୍ୟ ପ୍ରାର୍ଥୀ ମାନଙ୍କୁ  ଗୁପ୍ତ ରଖାଯାଇଛି । ଶାସକ ବିଜେଡ଼ି ଦଳ ଗୋଷ୍ଠୀ ତାଙ୍କର ୧୩ ଜଣ ସମିତିସଭ୍ୟ ପ୍ରାର୍ଥୀ ନିର୍ବାଚିତ ହେବେ ବୋଲି ଦାବି କରୁଥିବା ବେଳେ ଅସନ୍ତୁଷ୍ଟ ଗୋଷ୍ଠୀ ମଧ୍ୟ ତାଙ୍କର ୧୧ଜଣ ପ୍ରାର୍ଥୀ ବିଜୟୀ ହେବା କଥା କହୁଛନ୍ତି ।

ତେବେ ଉଭୟ ଗୋଷ୍ଠୀ ମଧ୍ୟରେ ସମାନ ଦ୍ଵନ୍ଦ ଉପୁଜୁଥିବା ଦେଖିବାକୁ ମିଳିଛି । ଏମିତି ରେ ଦେଖିବାକୁ ଗଲେ ଶାସକ ବିଜେଡି ଦଳର ମଙ୍ଗ ସଳଖିଛନ୍ତି ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା । ବିଧାୟକ ରମେଶ ବେହେରା ପୂର୍ବତନ ପଞ୍ଚାୟତ ସମିତିର ଅଧ୍ୟକ୍ଷା ସୁନନ୍ଦା ସାହୁ ଙ୍କୁ ପୁନର୍ବାର ଅଧ୍ୟକ୍ଷା ଆସନ ରେ ବସାଇବା ପାଇଁ ଉତ୍କଣ୍ଠା ପ୍ରକାଶ କରିଛନ୍ତି । ତେବେ ଏହାକୁ ବାଦ କରି ଅସନ୍ତୁଷ୍ଟ ବିଜେଡ଼ି ଦଳ ପକ୍ଷରୁ ସମିତିସଭ୍ୟ ମିତାଞ୍ଜଳି ସାହୁ ଙ୍କୁ ଅଧ୍ୟକ୍ଷା ପଦ ଦେବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।

୨୦ଟି ଗ୍ରାମପଞ୍ଚାୟତ ନିର୍ବାଚନରେ ୨୦ ସମିତିସଭ୍ୟ ପ୍ରାର୍ଥୀ ନିର୍ବାଚିତ ହେବେ । ତନ୍ମଧ୍ୟରୁ କାଁ ଭାଁ ସାମ୍ଭାବ୍ୟ ବିଜୟୀ ପ୍ରାର୍ଥୀ ନିଜ ଘରେ ଥିବା ବେଳେ ଅଧିକାଂଶ ପ୍ରାର୍ଥୀ ଗୁପ୍ତ ସ୍ଥାନରେ ରହିଛନ୍ତି । ଆସନ୍ତା ଭୋଟ ଗଣତି ପରେ ବିଜେଡି ର କେଉଁ ଦଳ କୁ ମିଳୁଛି ଅଧକ୍ଷା ପଦ ର ଢାଲ ଦେଖିବାକୁ ବାକି ରହିଛି ।  ସାମ୍ଭବ୍ୟ ବିଜୟୀ ପ୍ରାର୍ଥୀ ମାନଙ୍କୁ ଧରି ବିଜେଡି ର ଦୁଇ ଗୋଷ୍ଠୀ ନିଜ ନିଜର ରଣ କୌଶଳ ଜାରି ରଖିଛନ୍ତି ।  ଦେଖାଯାଉ ଆଗକୁ କେଉଁ ଗୋଷ୍ଠୀ ର ପ୍ରାର୍ଥୀ ଅଧକ୍ଷା ଆସନ ଅକ୍ତିଆର କରୁଛି ଏହାକୁ ନେଇ ଦଶପଲ୍ଲା ର ରାଜନୀତି ମହଲରେ ଘୋ ଉଠିଛି ।