ପେଟ୍ରୋଲ ପମ୍ପରେ ଲାଗିଥିବା କେନ୍ଦ୍ର ସରକାରଙ୍କ ବିଜ୍ଞାପନକୁ ହଟାଇବାକୁ ନେଇ : ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଛି ବିଜେଡ଼ି

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଜାନୁଆରୀ ଶନିବାର ) ଭୁବନେଶ୍ୱର :- ରାଜ୍ୟରେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଲାଗି ଆର୍ଦଶ ଆଚରଣ ବିଦ୍ଧି ଲାଗୁକରାଯାଇଛି । ଫଳରେ ସରକାରୀ ଯୋଜନାର ଫଳକ ଓ ବ୍ୟାନରକୁ ହଟାଇବାକୁ ନିୟମ କରାଯାଇଥିଲା । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ନିର୍ଦେଶ ଦେଇଥିଲେ । କିନ୍ତୁ ଭାରତୀୟ ଜନତା ପାର୍ଟୀ ଏହି ନିୟମକୁ ଫୁ କରି ଉଡ଼ାଇଦେଇଥିବାର ଦେଖିବାକୁ ମିଳିଛି । ସର୍ବଦା ଅନ୍ୟ ଦଳର ଦୋଷ ତୃଟିକୁ ନେଇ ନିର୍ବାଚନ କମିଶନରଙ୍କ ଆଗରେ ଫେରାଦ ହେଉଥିବା ଏହି ଦଳ ନିଜେ ଆଚରଣ ବିଦ୍ଧିର ଖୋଲା ଖୋଲି ଉଲଙ୍ଘନ କରିଛି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଛି ବିଜୁ ଜନତା ଦଳ ।

କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଭିନ୍ନ ପେଟ୍ରୋଲ ପମ୍ପରେ ଏବେବି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗିରହିଛି । ଯାହାକି ଆର୍ଦଶ ଆଚରଣ ବିଧି ର ଖୋଲା ଖୋଲି ଉଲଙ୍ଘନ । ଯାହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଛି ବିଜେଡ଼ି । ପ୍ରମାଣ ସ୍ବରୁପ ଅନେକ ଫଟୋ ଆଉ ଭିଡ଼ିଓ କମିଶନରଙ୍କୁ ଦେଖାଇବା ସହ ଲାଗିଥିବା ବ୍ୟାନରକୁ ହଟାଇବାକୁ ଦଳ ଦାବି କରିଛି । ବିଜେଡ଼ି ତରଫରୁ ଏକ ପ୍ରତିନିଧୀ ଦଳ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟି ମେମୋରାଣ୍ଡମ ଦେଇଛି । ପ୍ରତିନିଧି ଦଳରେ ଲେଲିନ୍ ମହାନ୍ତି, ସୁଲତା ଦେଓ, ଶ୍ରୀମୟୀ ମିଶ୍ର ପ୍ରମୁଖ ସାମିଲ ଥିଲେ ।