ଭୁବନେଶ୍ୱର ପୁନାମା ଗେଟ ରେଳ ଓଭର ବ୍ରିଜ ଉପରୁ ଏକ ଦ୍ରୁତଗାମୀ କାର ଭାରସାମ୍ୟ ହରାଇ : ୩୦ ଫୁଟ ତଳକୁ ଖସିପଡ଼ିଥିଲା – ୩ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଜାନୁଆରୀ ଶନିବାର ) ଭୁବନେଶ୍ୱର :- ଆଜି ସକାଳୁ ଭୁବନେଶ୍ୱର ପୁନାମା ଗେଟ ରେଳ ଓଭର ବ୍ରିଜ ଉପରୁ ଏକ ଦ୍ରୁତଗାମୀ କାର ଭାରସାମ୍ୟ ହରାଇ ତଳକୁ ଖସି ପଡିଛି । ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ନବୀନ ନିବାସ ପଟୁ ଦ୍ରୁତଗତି ଏକ ଆଇ୨୦ କାର୍ (ଓଡ଼ି-୦୨ବିଆର୍ ୮୨୯୫) ଭୀମଟାଙ୍ଗୀ ଆଡ଼େ ଯାଉଥିଲା ।

ପ୍ରାଥମିକ ସୂଚନା ଅନୁଯାୟୀ, କାରଟି ଦ୍ରୁତ ଗତିରେ ଆସୁଥିବାରୁ ପ୍ରଥମେ ଭାରସାମ୍ୟ ହରାଇ ଓଭରବ୍ରିଜ୍ ଉପରେ ଲାଗିଥିବା ଡିଭାଇଡ଼ରକୁ ଭାଙ୍ଗି ପୋଲର ଡିଭାଇଡରରେ ମାଡ଼ ହୋଇ ୩୦ ଫୁଟ ତଳକୁ ଖସିପଡ଼ିଥିଲା ।

ଭୋର ସମୟ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳଟି ଜନଶୂନ୍ୟ ଥିଲା ତେଣୁ ଏକ ବଡ ଧରଣର କ୍ଷତି ଏଡାଇ ଦିଆଯାଇପାରିଛି । ତେବେ କାର ମଧ୍ୟରେ ଚାଳକଙ୍କ ସମେତ ଆଉ ଦୁଇ ଜଣ ଥିବା କୁହାଯାଇଛି । ସେମାନଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ପଠାଇ ଥିବା ସୂଚନା ମିଳିଛି ।