ବିଜେଡ଼ି ରେ କୋଳି ଖାଇ ମଞ୍ଜି ପୋତିଛନ୍ତି ; ସ୍ଵାମୀ ନୋମିନି.. ଜିଲ୍ଲା ପରିଷଦ ପତ୍ନୀ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଜାନୁଆରୀ ଶୁକ୍ରବାର ) ଓଡ଼ଗାଁ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଓଡ଼ଗାଁ ବ୍ଲକରେ ସମୁଦାୟ ୧୩୪୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଓଡ଼ଗାଁ ବ୍ଲକ ର ହେଭିୱେଟ ନେତା ଲୋକନାଥ ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନୟାଗଡ଼ ଜିଲ୍ଲା କୋରପିଠା ଗ୍ରାମପଞ୍ଚାୟତ ସମିତିସଭ୍ୟ ନିମନ୍ତେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ଗାଁ ବ୍ଲକ ରାଜନୀତି କ୍ଷେତ୍ରରେ ଲୋକନାଥ ଏକ ଜଣାଶୁଣା ଚେହେରା ଭାବେ ପରିଚିତ । ସେ ପୂର୍ବରୁ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରି ସାଧାରଣ ଜନତାଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । ପୂର୍ବ ନିର୍ବାଚନରେ ଆସନ ସଂରକ୍ଷଣ ନିମନ୍ତେ ଲୋକନାଥ ୧ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ।

ଚଳିତବର୍ଷ ବିଜୁ ଜନତା ଦଳ ନୟାଗଡ଼ ନିର୍ବାଚନମଣ୍ଡଳୀ ତରଫରୁ ଓଡ଼ଗାଁ ବ୍ଲକରେ ଥିବା ୧ ନଂ ଏବଂ ୨ ନଂ ଜିଲ୍ଲା ପରିଷଦ ଜୋନ୍ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ଓଡ଼ଗାଁ ବ୍ଲକର ୯ ଗୋଟି ପଞ୍ଚାୟତକୁ ନେଇ ଗଠିତ ୧ ନଂ ଜୋନ୍ ନିମନ୍ତେ କୁରାଳର ପୂର୍ବତନ ସରପଞ୍ଚ ଝିଲ୍ଲି ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୧୧ଗୋଟି ପଞ୍ଚାୟତକୁ ନେଇ ଗଠିତ ୨ ନଂ ଜୋନ୍ ନିମନ୍ତେ ଜିଲ୍ଲା ବିଜେଡି ସଭାନେତ୍ରି ତଥା ଲୋକନାଥଙ୍କ ପତ୍ନୀ ବିରଜାଲକ୍ଷ୍ମୀ ସାହୁ ଜିଲ୍ଲା ପରିଷଦ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅନ୍ୟପକ୍ଷରେ ବିଜେପି ପକ୍ଷରୁ ୧ ନଂ ଜୋନ୍ ରୁ ଧରିତ୍ରୀ ସେଠି ,କଂଗ୍ରେସ ପକ୍ଷରୁ ଜୋସ୍ନାରାଣୀ ନାୟକ ଏବଂ ୨ ନଂ ଜୋନ୍ ବିଜେପିରୁ ଆରତୀ ଗୌଡ଼, କଂଗ୍ରେସ ରୁ ସବିତା କର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି ।