ଗୁଆହାଟି-ବିକାନୀର ଏକ୍ସପ୍ରେସ ଧରଣାଚ୍ୟୁତ – ୩ ମୃତ ୨୦ ରୁ ଊର୍ଧ୍ବ ଆହତ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜାନୁଆରୀ ଗୁରୁବାର ) ଗୁଆହାଟି-ବିକାନୀର ଏକ୍ସପ୍ରେସ ଧରଣାଚ୍ୟୁତ,୩ ମୃତ ୨୦ ରୁ ଊର୍ଧ୍ବ ଆହତ ସନ୍ଧ୍ୟା ପାଞ୍ଚଟା ସମୟରେ ପଶ୍ଚିମବଙ୍ଗ ଯଲପାଇଗୁଡି ଜିଲ୍ଲା ର ଦୋମହାଣୀ ଠାରେ ଗୁଆହାଟି-ବିକାନୀର ଏକ୍ସପ୍ରେସ (ଟ୍ରେନ ନମ୍ବର୧୫୬୩୩) (ଅପ) ର ୧୨ ଟି ବଗି ରେଳଧରଣା ଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଅନୁନ୍ୟ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ରୁ ଉର୍ଧ୍ଵ ଯାତ୍ରୀ ଆଘାତପ୍ରାପ୍ତ ହୋଇ ହସ୍ପିଟାଲ ରେ ଭର୍ତି ହୋଇଛନ୍ତି ।

ଖବର ପାଇ ରେଳ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀମାନେ ଘଟଣାସ୍ଥଳ ରେ ମେଡିକାଲ ଭ୍ୟାନ ସହ ଏକ ସ୍ୱତନ୍ତ୍ର ଟ୍ରେନ ସହ ପହଁଛି ଉଦ୍ଧାର କାର୍ଯ୍ୟ କରୁଛନ୍ତି । ଏହି ଦୁଃଖଦ ପୂଣ୍ଣ କଗବର ପଇ ପ୍ରଧାନମନ୍ତ୍ରୀ ପ୍ରତ୍ୟକ ମୃତକଙ୍କ ପାଇଁ ୫ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା କରିବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି  ।  ଦୁର୍ଘଟଣା ସମ୍ପର୍କରେ ସୂଚନା ପ୍ରଦାନ ନିମନ୍ତେ ଭାରତୀୟ ରେଳବାଇ ହେଲ୍ପଳାଇନ ନମ୍ବର ନା ରୀ କରିଛନ୍ତି । ଏହି ନମ୍ବର ଗୁଡିକ ହେଲା  ୦୩୬୧୨୭୩୧୬୨୨ ,ଓ ୦୩୬୧୨୭୩୧୬୨୩ ।