ପଟ୍ଟାମୁଣ୍ଡାଇ ନଗର ତରଫରୁ ସୁଶାସନ ଦିବସ ଅବସରରେ ସ୍ବର୍ଗତ : ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୫ ଡିସେମ୍ବର ଶନିବାର) ପଟ୍ଟାମୁଣ୍ଡାଇ :- ପଟ୍ଟାମୁଣ୍ଡାଇ ନଗର ତରଫରୁ ସୁଶାସନ ଦିବସ ଅବସରରେ ସ୍ବର୍ଗତ ପ୍ରଧାନମନ୍ତ୍ରୀ, ଭାରତ ରତ୍ନ ତଥା ବିଶିଷ୍ଟ କବି ଶ୍ରୀମାନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ସ୍ଥାନୀୟ କଷଣଅଣ୍ଟା ଭାଗବତ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ନଗର ସଭାପତି ବିଶ୍ବରଂଜନ ପାତ୍ର, ଜିଲ୍ଳା ଉପସଭାପତି ଆଡଭୋକେଟ ସଞ୍ଜୟ କୁମାର ସହୁ, ସମ୍ପାଦକ ରବୀନ୍ଦ୍ର ବିଶ୍ୱାଳ, ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାପତି ଲିଜା ରାଣୀ ଦାଶ,

ଜିଲ୍ଲା ଉପଦେଷ୍ଟା ସଦସ୍ୟ ସୁଧାଂଶୁ ଶେଖର ଜେନା ଓ ରାଜ୍ଯ ସଂଖ୍ୟାଲଘୁ ସେଲ ସଦସ୍ୟ Sk ମେହେରୁଲ୍ଲା ଦେଶ ତଥା ସଂଗଠନକୁ ବ୍ୟାପକ କରିବା ପାଇଁ ତାଙ୍କ ପରି ଦାୟିତ୍ବ ତୁଲାଇବା,ନିଷ୍ଠାବାନ ଓ ସରଳ ଜୀବନ ଯାପନ ଅନୁସରଣ କରିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଶେଷରେ ପିତାମ୍ବର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଅଭୟ ପାତ୍ର, ଅଜୟ ଦାସ, ଭରତ ଭାଦ୍ର, ମନ୍ମଥ ରାଉତ, ବିଭୂତି ଭୂଷଣ ମହାପାତ୍ର, ସଇଲେନ୍ଦ୍ର ପାତ୍ର, ସଂଜୁଲତା ବେହେରା, ରଶ୍ମିତା ବଳ, ସୁମିତ୍ରା ବେହେରା, ରିକିରଣୀ ଦାସ, କ୍ଷୀରୋଦ ରାଉତ, ଶୁଭ୍ରାଂଶୁ ଜେନା, ରମେଶ ଚନ୍ଦ୍ର ପଣ୍ଡା, ବିଜୟ ପଣ୍ଡା, ଶ୍ରୀକାନ୍ତ ସାହୁ, ହରିଶ୍ଚନ୍ଦ୍ର ତରାଇ, ବିଶ୍ବରଂଜନ ପଣ୍ଡା, ଆଦ୍ରା ରାଣୀ ଖୁଣ୍ଟିଆ,ଅଶୋକ ପ୍ରଧାନ ପ୍ରଭୃତି ପ୍ରମୁଖ ସହଯୋଗ କରୁଥିଲେ ।