ନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନ ର ୧୫ତମ କଲରବେଲ୍ଟ ପ୍ରମୋସନ ଟେଷ୍ଟ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ଡିସେମ୍ବର ରବିବାର) ନୟାଗଡ :- ନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନ ଓ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମୀ ତରଫରୁ ୧୫ତମ ଟାଇକୋଣ୍ଡ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ନିୟୁରାଜବାଟି ରେ ଥିବା କଲ୍ୟାଣୀ ମଣ୍ଡପ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରମୋସନ ଟେଷ୍ଟ ରେ ନୟାଗଡ ନିଲ୍ଲାରୁ ୫୧ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବେଲ୍ଟ ଯଥା ଏଲୋ ବେଲ୍ଟ, ଗ୍ରୀନ ବେଲ୍ଟ, ବ୍ଲୁ ବେଲ୍ଟ, ଓ ରେଡ ବେଲ୍ଟ ପରୀକ୍ଷା କରାଯାଇଥିଲା । ଏହି ବେଲ୍ଟ ପରିକ୍ଷା ରେ ପରୀକ୍ଷାର୍ଥୀ ମାନେ ହାତ ଗୋଡ ସାହାଯ୍ୟରେ ପଟା ଓ ଇଟା ଭାଙ୍ଗିବା କଳା ପ୍ରଦର୍ଶନ କରିଥିଲେ । ବାଳିକା ମାନେ ଆତ୍ମରକ୍ଷା କଳା ପ୍ରଦର୍ଶନ କରିଥିଲେ ।

ଏହି ପ୍ରମୋସନ ଟେଷ୍ଟ ରେ ନୟାଗଡ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ମୂଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଛାହିତ କରିବା ସହ ସ୍ବାସ୍ଥ୍ୟ ସମ୍ପର୍କରେ ସଂକ୍ଷିପ୍ତ ଟିପଣି ରଖିଥିଲେ ଏବଂ ଆୟୋଜକ କୁ ଭୂୟସାଂ ପ୍ରଶଂସା କରି ଥିଲେ । ଏହି ଅବସରରେ ଓଡ଼ିଶା ଟାଇକୋଣ୍ଡ ସଂଘ ର ରାଜ୍ୟ ସମ୍ପାଦକ ମାଷ୍ଟର ମନମୋହନ ଭଞ୍ଜ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ତାଇକୋଣ୍ଡ ର ଉପକାରିତା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ ଏବଂ ପରିକ୍ଷକ ଭାବ ପରୀକ୍ଷାର୍ଥୀ ମାନଙ୍କୁ ପରୀକ୍ଷା ନେଇଥିଲେ ।

ଅନ୍ୟ ତମ ଅତିଥିଭାବେ ନୟାଗଡ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନ ର ସଭାପତି ଶ୍ରୀ କୈଳାସ ଚନ୍ଦ୍ର ଜେନା ଏବଂ ନୟାଗଡ଼ ପୂର୍ବତନ ଅଧକ୍ଷ ଶ୍ରୀ ଗୁରୁପ୍ରସାଦ ଜେନା ସନ୍ନମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କଲର ବେଲ୍ଟ ପ୍ରମୋସନ ଟେଷ୍ଟ କୁ ନୟାଗଡ ମାର୍ଶାଲ ଆର୍ଟ ଆକାଡେମୀ ର ପ୍ରଶିକ୍ଷକ ତଥା ସମ୍ପାଦକ ମାଷ୍ଟର ଭବାନୀ ଶଙ୍କର ରାୟଗୁରୁ ପରିଚାଳନା କରିଥିଲେ ଏବଂ ଶ୍ରୀ ଗୋପୀ ସାହୁ ସମ୍ବର୍ଦ୍ଧନା କରିଥିଲେ ।

ଏବଂ ସଂଘ ର ଉପସଭାପତି ଶ୍ରୀ ରଶ୍ମି ରଞ୍ଜନ ଜେନା ,ତଥ ସଂଘ ର କୋଷାଧ୍ୟକ୍ଷ ଶ୍ରୀ ପୂର୍ଣ ଚନ୍ଦ୍ର ସାହୁ ତଥା ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମୀ ର ବରିଷ୍ଟ ବ୍ଲାକବେଲ୍ଟ ମାନେ ତଥା ରାଜେଶ କୁମାର ସାହୁ , ପୃଥିବୀ ରାୟଗୁରୁ ,ଶିବାନନ୍ଦ ରାୟଗୁରୁ, ଶୁଭଶ୍ରୀ ରାୟଗୁର, ଲିପ୍ସା ସାହୁ, ଶ୍ରୀମରନ ସିଧେଶ୍ବରି ନାୟକ, ରିତିକ୍ ରଞ୍ଜନ ମହାପାତ୍ର, ଲିଜା ପରିଡା, ତଥା ଆଶିଶ୍ ଓମ ପ୍ରକାଶ, ଜୟପ୍ରକାଶ ସ୍ବାଇଁ ତଥା ଖେଳାଳି ମାନଙ୍କର ଅଭିଭାବକ , ଅଭିଭାବକ ମାନେ ସହଯୋଗ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ଶ୍ରୀ ଗୁରୁପ୍ରସାଦ ଜେନା ଆକାଡେମୀ ନଅ ଜଣ ଛାତ୍ରଛାତ୍ରୀ ଙ୍କୁ ବ୍ଲାକ ବେଲ୍ଟ ସାର୍ଟିଫିକେଟ ପ୍ରଦାନ କରିଥିଲେ,