ବିଧାୟକ ବଦ୍ରି ପାତ୍ରଙ୍କ ଅବସ୍ଥା ଗୁରୁତର : ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଏୟାର ଲିଫ୍ଟ କରାଯାଇଛି

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) ଆନନ୍ଦପୁର/ଭୁବନେଶ୍ୱର :- ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି , ଛାତିରେ ସମସ୍ୟା ଯୋଗୁଁ ଅସୁସ୍ଥ ହୋଇପଡ଼ିଥିବା ସୂଚନା ତାଙ୍କୁ ଆଜି ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଏୟାର ଲିଫ୍ଟ କରାଯାଇଛି । ତାଙ୍କ ପୁଅ ଦେବପ୍ରିୟ ପାତ୍ର ଏହି ସୂଚନା ଦେଇଛନ୍ତି । ଅସୁସ୍ଥ ଶ୍ରୀ ପାତ୍ରଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ପଠାଯାଇଛି । ସୂଚନାଯୋଗ୍ୟ, ୨୦୦୯ରୁ ଲଗାତାର ଭାବେ ଘସିପୁରାରୁ ବିଧାନସଭାକୁ ନିର୍ବାଚିତ ହୋଇଆସୁଥିବା ଶ୍ରୀ ପାତ୍ର ପୂର୍ବରୁ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।