ନର୍ଲାରେ ବ୍ଲକସ୍ତରୀୟ ନିଯୁକ୍ତି ମେଳା ଓ ପରାମର୍ଶ ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) କଳାହାଣ୍ଡି :- ନର୍ଲା ବ୍ଲକ କାର୍ଯ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ପରିଷଦ ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି ଯୋଗଦେଇ ଏହାର ଆନୁଷ୍ଠାନିକ ଉଦଘାଟନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ନିଯୁକ୍ତି ଅଧିକାରୀ ଅମିତ ଉତ୍ତରାୟ ଓ ସ୍କିଲ୍ କୋଡିନେଟର୍ ସୌମ୍ୟରଞ୍ଜନ ପଣ୍ଡା, ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ ରଞ୍ଜନ ତ୍ରିପାଠୀ ଯୋଗଦେଇ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମେଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୪ଟି କାର୍ଯ୍ୟକାରୀ ପ୍ରକଳ୍ପ ଯୋଗ ଦେଇଥିଲେ ।

୨୯୮ଜଣ ପ୍ରାର୍ଥୀ/ପ୍ରାର୍ଥିନୀ ଏହି ମେଳାରେ ନିଜ ନାମ ପଞ୍ଜିକରଣ କରିଥିଲେ । ୧୦୭ ଜଣ ସିଧାସଳଖ ନିଯୁକ୍ତ ହୋଇଥିବା ବେଳେ ୧୦୩ଜଣ ଏହାର ଅନ୍ତର୍ଭୁକ୍ତ ହୋଇଥିବା ଜଣା ପଡିଅଛି । କାର୍ଯ୍ୟକ୍ରମଟିକୁ ବିଏଲସି ସନତ କୁମାର ସାହୁ ଓ ପ୍ରଭାସିନୀ ଏକ୍କା ପରିଚାଳନା କରିଥିଲେ ।