ନୟାଗଡ଼ ବିଜେଡିର ମିଶ୍ରଣ ପର୍ବ : ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିରୋଧି ବିଜେପି ଓ କଂଗ୍ରେସର ଶହଶହ କର୍ମୀ – ବିଜେଡିରେ ସାମିଲ ହୋଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) ନୟାଗଡ଼ :- ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିରୋଧି ବିଜେପି ଓ କଂଗ୍ରେସର ଶହଶହ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଫଳରେ ସମଗ୍ର ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରମୁଖ ବିରୋଧୀ ପକ୍ଷ ଆଜି କର୍ମୀଶୂନ୍ୟ ହୋଇଯାଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଚି | ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହିତ ବିଧାୟକ ଡ.ସାହୁଙ୍କ ବିକାଶ ମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଉକ୍ତ ବିରୋଧି ଦଳର ପ୍ରମୁଖ ନେତାମାନେ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ନୟାଗଡ଼ ବ୍ଲକର ୬ ଗୋଟି ପଞ୍ଚାୟତର ଶହ ଶହ କର୍ମି ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼, ସମାଜସେବୀ ଶ୍ରୀକାନ୍ତ ଖଟେଇ ଏବଂ ତାଙ୍କ ସହଧର୍ମିଣୀ ତଥା ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଚେୟାରମ୍ୟାନ ନିରୁପମା ଖଟେଇ, ରାଜ ପ୍ରଧାନଙ୍କ ସମେତ ନୟାଗଡ଼ ପୌରପରିଷଦର ବିଭିନ୍ନ ୱାର୍ଡରୁ ବହୁ ବିରୋଧି କର୍ମୀ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ସେହିପରି ଭାବେ ନୟାଗଡ଼ ବ୍ଲକର ୬ ଗୋଟି ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତର ୧୪ ଗୋଟି ପରିବାର, ବିରୁଡା ଗ୍ରାମ ପଞ୍ଚାୟତର ୨୭ ଗୋଟି ପରିବାର, କ୍ରୀଦାସପୁର ପଞ୍ଚାୟତର ୧୦ ଗୋଟି ପରିବାର, ଶରଧାପୁର ଗ୍ରାମପଞ୍ଚାୟତର ୧୫ ଗୋଟି ପରିବାର, ଗମ୍ଭାରିଡିହି ପଞ୍ଚାୟତର ୫୦ ଗୋଟି ପରିବାର ଓ ଖୁଣ୍ଟୁବନ୍ଧ ପଞ୍ଚାୟତର ୨୧ ଗୋଟି ପରିବାର ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଉକ୍ତ ମିଶ୍ରଣ ପର୍ବରେ ନୟାଗଡ଼ ବ୍ଲକ ଉପାଧ୍ୟକ୍ଷ ସୁବାଷ କଅଁର, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ନିରଞ୍ଜନ ବିଧାର, ଗଙ୍ଗାଧର ପଣ୍ଡା, ଗୁରୁପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିସହିତ ବହୁ ଯୁବ ଛାତ୍ର, ବିଜେଡିର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ