ଲଖନପୁର ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭିନ୍ନକ୍ଷମ ଚିହ୍ନଟ ଶିବିର

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) ବରଗଡ଼ :- ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ଆୟୋଜିତ ହୋଇଯାଇଛି। ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ଦାସ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ଉକ୍ତ ଶିବିର ରେ ଦୁଇ ଶହ ଜଣ ଯୋଗ ଦେଇଥିଲେ। ସେଥି ମଧ୍ୟରୁ ୭୫ ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯିବା ସହ ପରିଚୟପତ୍ର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମଧୁବାବୁ ପେନସନ ଯୋଜନା,ବାଣିଶ୍ରୀ ପେନସନ ଯୋଜନା, ସହାୟକ ଉପକରଣ, ବିବାହ ପ୍ରୋତ୍ସାହନ ସହାୟତା ବିଷୟରେ ଭିନ୍ନକ୍ଷମ ମାନଙ୍କୁ ସଚେତନ କରାଯାଇଥିଲା । ପରେ ଲଖନପୁର ସରପଞ୍ଚ ବୃନ୍ଦାବତୀ ମେହେର, ଅମ୍ବାଭୋନା ବ୍ଲକ ଉପାଧ୍ୟକ୍ଷ ଠାକୁର ରାମ ପଟେଲ, ହୃଷିକେଶ ପଧାନ,ପିଇଓ ରିଙ୍କୁ ଭୁଜ, ମହିମା ସାହୁ, ଟୀକା ରାମ ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଡ ବଣ୍ଟନ କରିଥିଲେ ।