ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା : କୋଭିଡ ଗାଇଡ ଲାଇନ ଅନୁସାରେ ବଡ ସମାଗମ ହୋଇପାରିବ ନାହିଁ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) ବରଗଡ଼ :-  ବରଗଡ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ବୈଠକରେ ନିଷ୍ପତ୍ତି ହୋଇଛି । ବର୍ତ୍ତମାନର କୋଭିଡ ଗାଇଡ ଲାଇନ ଅନୁସାରେ ବଡ ସମାଗମ ହୋଇପାରିବ ନାହିଁ । ଜାନୁଆରୀ ମାସ ଗାଇଡ ଲାଇନ ଆସିଲେ ସେହି ଅନୁସାରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ମୋନିଷା ବାନାର୍ଜୀ ସୂଚନା ଦେଇଛନ୍ତି । ଗତବର୍ଷ ବି ଧନୁଯାତ୍ରା ହୋଇପାରିନଥିଲା ।

ଅନ୍ଯପଟେ ଗତକାଲି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହେବାପରେ ଚଳିତ ମାସ ୩୧ ତାରିଖ ଓ ଜାନୁଆରୀ ୧ ତାରିଖରେ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ଯବସ୍ଥା ବନ୍ଦ ରଖାଯାଇଛି । ଚଳିତ ମାସ ୧୬ ତାରିଖରୁ ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ଯନ୍ତ ପହିଲି ଭୋଗ ନୀତି ର୍ନିଘଣ୍ଟ ହୋଇଛି । ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ର୍ନିଘଣ୍ଟ ଚୂଡାନ୍ତ ହୋଇଛି ।

ସକାଳ ୫ଟା ୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ଶେଷ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ନୂତନ sop ଆସିବା ପରେ ମହାପ୍ରଭୁଙ୍କ ଦର୍ଶନ ସମୟ ପରିବର୍ତ୍ତନ କରାଯିବ । ସକାଳ ୫.୩୦ରୁ ୯.୩୦ପର୍ଯ୍ଯନ୍ତ ଦର୍ଶନ ଚାଲିବ । ବନକ ଲାଗି ଓ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଦିନ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ରହିବ । ସେମାନେ ପାର୍ଶ୍ୱ ଦେବାଦେବୀ, ଗରୁଡ଼ ସ୍ତମ୍ଭ ସମେତ ମହାପ୍ରସାଦ ସେବନ କରିପାରିବେ ।