ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀଙ୍କ ବିଧାନ ସଭା ଘେରାଉ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ଡିସେମ୍ବର ରବିବାର ) କଳାହାଣ୍ଡି :- ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱ । ର୍କରସ୍ ଆସୋସିଏସନ୍ ରାଜ୍ୟ ସଂଘର ଆହ୍ବାନ କ୍ରମେ ଏକ ୧୫ ଦଫା ଦାବି ନେଇ ଆସନ୍ତା ୬ ଡିସେମ୍ବର ଦିନ ବିଧାନ ସଭା ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏ ନେଇ ଏକ ପ୍ରେସ ବିବୃତିରେ ନର୍ଲା ବ୍ଳକ ଅଙ୍ଗନୱାଡି କର୍ମୀ ସମୂହର ସଭାନେତ୍ରୀ ସଂଧ୍ୟା ରାଣୀ ସାହୁ ଓ ସମ୍ପାଦିକା ଜୟନ୍ତୀ କୁମାର ଜଣାଇଛନ୍ତି ।

ଏଥିରେ କଳାହାଣ୍ଡି ଜିଲ୍ଲାର ସଭାନେତ୍ରୀ ସଂଜିବିନୀ ପାଢୀଙ୍କ ନେତୃତ୍ୱରେ ଏଠାରୁ ଏକ ଟିମ୍ ଭୁବନେଶ୍ୱରର ଯାଇ ବିଧାନ ସଭା ଘେରାଉ ସହ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱ । ର୍କରସ୍ ଆସୋସିଏସନ୍ ପକ୍ଷରୁ ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଛି ।

ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯିବା ସହିତ ଯେଉଁ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ମିଳି ନାହିଁ ଅଙ୍ଗନୱାଡି କର୍ମୀ ମାନଙ୍କୁ ମାସିକ ୨୧ ହଜାର ଟଙ୍କା ଓ ସହାୟିକା ମାନଙ୍କୁ ଦଶ ହଜାର ପାଞ୍ଚ ଶହ ଟଙ୍କା ପ୍ରଦାନ କରାଯିବା ସହ ଅବସରକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ପ୍ରଦାନ ଆଦି ବିଭିନ୍ନ ୧୫ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ସୂଚିତ କରାଯାଇଛି ।