ସ୍ଵେଚ୍ଛାସେବୀ ସଂଗଠନ ସନ୍ଧାନ ପକ୍ଷରୁ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ

ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ବେହେରାପାଟି ଠାରେ ସନ୍ଧାନ ଅନୁଷ୍ଠାନ ପକ୍ଷରୁ ମହିଳା ସ୍ଵୟଂସହାୟକ ଗୋଷ୍ଠୀଙ୍କୁ ନେଇ ଏକ ଦକ୍ଷତା ବୃଦ୍ଧି ଭିତ୍ତିକ ତାଲିମ ଶିବିର ଆରମ୍ଭ ହୋଇଛି। ଏଥିରେ ରୁପ୍ରା, ରୁପ୍ରାରୋଡ, ଗିଗିନା, ମୁସ୍କୁଟି ଓ ଟକର୍ଲା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରାୟ ୪୦ ଜଣ ମହିଳା ଯୋଗ ଦେଇଥିଲେ।

ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ କିପରି ସରକାରୀ ଯୋଜନାରୁ ଲାଭ ପାଇବେ ସେଥିପାଇଁ ନିୟମିତ ସଞ୍ଚୟ କରିବା, ବୈଠକ ଓ ବ୍ୟାଙ୍କରୁ ଋଣ ଆଣିବା ସହ ଠିକ୍ ସମୟରେ ଋଣ ପରିଶୋଧ କରିବା ଆଦି ଅନେକ ଦିଗ ଉପରେ ବିଶଦ ଭାବେ ତାଲିମ ପ୍ରଦାନ କରାଯାଇଛି । ସ୍ଵେଚ୍ଛାସେବୀ ସଂଗଠନ ସନ୍ଧାନର ସଭାପତି ପ୍ରମୋଦ ବାଗ ଓ ସଂପାଦକ ଅଶ୍ଵିନ ସାଙ୍କ ତତ୍ବାବଧାନରେ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ବ୍ଲକ ସଂଯୋଜକ ରୋହିତ ବିଶ୍ଵାଳ, ଇ ଶକ୍ତିର କାର୍ଯ୍ୟକ୍ରମ ପରିଚାଳକ ସତ୍ୟନାରାୟଣ ଦାସ, ସନ୍ଧାନର ଉପଦେଷ୍ଟା ଚିନ୍ତାମଣି ନାଏକ, ଅନୁଷ୍ଠାନର ସମ୍ପାଦକ ଅଶ୍ଵିନ ସା, ଶାନ୍ତପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ ଲୋକନାଥ ସା ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।