ନହକା-ଖଇରା ରାସ୍ତାରେ ପୁଣି କଳା ପଲ୍‌ସର ଆତଙ୍କ ସୁନା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣକରି ଲୁଟ୍‌ ଉଦ୍ୟମ

ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) କୋରାଇ :- ଗତକିଛି ଦିନ ବ୍ୟବଧାନ ପରେ କୋରାଇ ଥାନା ଇଲାକାରେ ପୁଣି କଳା ପଲ୍‌ସରର ଆତଙ୍କ ଦେଖା ଦେଇଛି । ଆଜି ସଂଧ୍ୟାରେ କଳାପଲ୍‌ସର ଆରୋହୀ ଦୁର୍ବୃତମାନେ ନହକା-ଖଇରା ରାସ୍ତାର ମୁଳୁସରଗଡା ନିକଟରେ ଜଣେ ସୁନା ବ୍ୟବସାୟୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଲୁଟ୍ କରିବାକୁ ଉଦ୍ୟମ କରିଥିବା ଜଣାପଡିଛି । ଏନେଇ ସମ୍ପୃକ୍ତ ବ୍ୟବସାୟୀ ଜଣକ କୋରାଇ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି । ଘଟଣାରୁ ପ୍ରକାଶଯେ, କୋରାଇ ଥାନା ଅନ୍ତର୍ଗତ ତୁଳତୀ ଗ୍ରାମର ନାରାୟଣ ସାହୁ ଯାଜପୁରୋଡ ସ୍ଥିତ ଡାକବଙ୍ଗଳା ଛକରେ ଏକ ସୁନା ଦୋକାନ କରିଛନ୍ତି ।

ସବୁଦିନ ପରେ ଆଜି ସଂଧ୍ୟାରେ ନାରାୟଣ ଦୋକାନ ବନ୍ଦ କରି ନହକା-ଖଇରା ରାସ୍ତା ଦେଇ ଘରକୁ ଫେରୁଥିଲେ । ଏହି ରାସ୍ତାର ଖଣ୍ଡୁଆଳି ଛକଠାରୁ ୨ଟି କଳା ପଲସ୍‌ରରେ ୫ଜଣ ଯୁବକ ତାଙ୍କୁ ବାଇକ୍‌କୁ ପିଛା କରିଥିଲେ । କିଛିବାଟ ଯିବପରେ ମୁଳୁସରଗଡା ଛକଠାରେ ନାରାୟଣଙ୍କ ପଛପଟୁ ତାଙ୍କ ଗାଡିକୁ ଗୋଇଠା ମରିଥିଲେ । ସେ ପଡିଯିବରୁ ଦୁଇଆରୋହୀ ପଲସର ବାଇକକୁ ଷ୍ଟାଟରଖି ବସିରହିଥିଲା ବେଳେ ଆଉତିନିଜଣ ନାରାୟଣକୁ ଆକ୍ରମଣ କରିଥିଲେ । ସେମାନଙ୍କ ଆକ୍ରମଣରେ ନାରାୟଣ ଛିଟିକି ତଳେ ପଡିଯିବାରୁ ଏକ ଖଣ୍ଡାରେ ତାକୁ ଆକ୍ରମଣ କରିଥିଲେ । ବଡପାଟିରେ ଚିତ୍କାର କରିବାସହ ନିଜକୁ ରକ୍ଷନିମନ୍ତେ ନାରାୟଣ ହାତ ଦେଖାଇ ଦେଇଥିଲେ । ଫଳରେ ଖଣ୍ଡାର ଚୋଟ ହାତରେ ବାଯିରୁ କ୍ଷତାକ୍ତ ହୋଇ ତଳେପଡି ଯାଇଥିଲେ ।

ନିକଟରେ ଥିବା ସ୍ଥାନୀୟ ଲୋକେ ଚିତ୍କାର ଶୁଣି ଘଟଣା ସ୍ଥଳରେ ପହଂଚିଥିଲେ । ସେମାନଙ୍କୁ ମଧ୍ୟ ଦୁର୍ବୃତମାନେ ଆକ୍ରମଣ କରି ଜଣକୁ ଅହତ କରିଛନ୍ତି । ପରେ ଦୁର୍ବୃତମାନେ ନାରାୟଣ ବ୍ୟାଗ୍‌ରେ ଥିବା କିଛି ନଗଦ ଟଙ୍କାକୁ ଧରି ଘଟଣା ସ୍ଥଳରୁ ଷ୍ଟାର୍ଟକରି ରହିଥିବା ପଲସର ବାଇକ ଦ୍ୱୟରେରେ ସେହି ରାସ୍ତାର ଖଇରା ଆଡକୁ ଦ୍ରୁତଗତିରେ ଫେରାର୍ ହୋଇଯାଇଥିଲେ । ଅଭିଯୋଗ ପାଇ କୋରାଇ ଥାନା ପୁଲିସ ଘଟଣା ସ୍ଥଳେ ପହଂଚି ତନଘନା କରିବା ସହ ପୂର୍ବକୋଟ ଠାରୁ ନହକା ପାଇପାସ ଓ ରଗଡି ଠାରୁ ନୂଆଗଡ ବାଇପାସ ଯାଏ ପେଟ୍ରୋଲିଙ୍ଗ ଜୋରଦାର କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସଫଳ ହୋଇନଥିବା ଜଣାପଡିଛି । ଗତ କିଛିଦିନ ବ୍ୟବଧାନ ପରେ ପୁଣି ଏବେ କଳାପଲସରର ଆତଙ୍କ ଆରମ୍ଭ ହୋଇଛି ା ଏଥିନେଇ କୋରାଇ ପୁଲିସ ପେଟ୍ରୋଲିଂଗ ଜୋରଦାର କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।