ଆର.ଉଦୟଗିରି ବ୍ଲକ ଛେଳିଗଡ଼ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ନଶରୁଣୁ ତରବରିଆ ଭାବେ ଉଦଘାଟନ ହେଲା ସ୍କ୍ରାର୍ଟ କ୍ଳାସ

ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୫ଟି ବିଦ୍ୟାଳୟ ଯଥା ଗୁମ୍ମା ହାଇସ୍କୁଲଠାରେ ଏକ ସ୍ୱତନ୍ତ୍ର ସଭା ହୋଇଥିଲା । ଏଥିରେ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ,ଗୁରାଣ୍ଡି ସରକାରୀ ଉଚ୍ଚବିଦ୍ୟାଳୟ, ଶିକୁଳିପଦର, ଛେଳିଗଡ ବିଦ୍ୟାଳୟକୁ ୫ଟି ରେ ଭିଡିଓ କନଫେରନସ୍ ମାଧମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । କିନ୍ତୁ ଶିକୁଳିପଦର ବିଦ୍ୟାଳୟରେ ଏହି ଉଦଘାଟନ ସମାରୋହରେ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କୁ ଛାତି ଦେଲେ ଅନ୍ୟ କୌଣସି ଅଧିକାରୀ ଉପସ୍ଥିତ ନଥିଲେ । ଏପରିକି ଗଣମାଧ୍ଯମ ପ୍ରତିନିଧିଙ୍କୁ ମଧ୍ୟ ଜଣାଯାଇନଥିଲା । ସେହିପରି ଛେଳିଗଡ ସରକାରୀ ଉଚ୍ଚବିଦ୍ୟାଳୟରେ ଲାଇବ୍ରେରୀ ଗୃହ .ପାର୍କ, ବଗିଚା, ରାସ୍ତାକାମ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ତରବରିଆ ଭାବେ ଭଦଘାଟନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ୫ଟା ୩୦ରେ ଉଦଘାଟନ କରୁଥିବା ବେଳେ ବିଦ୍ୟାଳୟରେ ଲାଇ ବ୍ରେରୀ ଗୃହ ଓ ରାସ୍ତାକାମ ଚାଲୁରହିଥିଲା । କାମ କରୁଥିବା ମଜୁରିଆଙ୍କୁ ପଚାରିବାରୁ ସେ କହିଛନ୍ତି ରାତି ଦିନ ଏକ କରି ମଧ୍ୟ କାମ ସରିନାହିଁ, କିନ୍ତୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଉଦଘାଟନ କରାଯାଇଛି । ଦାୟିତ୍ଵରେ ଥିବା ଯନ୍ତ୍ରୀ ବିରଜା ପ୍ରସାଦ ପଣ୍ଡା କହିଛନ୍ତି ଯେ ଲାଇବ୍ରେରୀ ଗୃହ କାମନ ସରିବାରୁ ତାକୁ ଅନ୍ୟସ୍ଥାନରେ ଅସ୍ଥାୟୀ ଭାବେ କରାଯାଇଛି । ଅନ୍ୟପଟେ ଶୌଚାଳୟ ଗୃହରେ ଉଦଘାଟନ ହେବ ପୂର୍ବରୁ କାନ୍ଥରେ ଫାଟ ଦେଖାଦେଇଛି ।

ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ପୁରୁଣା କାନ୍ଥରେ ରଙ୍ଗ ଦେଲେ ଏଭଳି ଦେଖାଯିବ । ଜିଲ୍ଲା ପ୍ରଶାସନର କଡ଼ା ନିର୍ଦ୍ଦେଶ ଥିବାରୁ ତରବରିଆ ଭାବେ କାମ କରିବାରୁ ଏଭଳି ହୋଇଛି । ଏ ବିଷୟରେ ରା.ଉଦୟଗିରି ବିଡ଼ିଓ ପ୍ରଦୀପ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ୮୦ ପ୍ରତିଶତ କାମ ସରିଯାଇଛି ମାତ୍ର ବଗିଚା କାମ ବାକି ରହିଛି କାରଣ କୃଷି ବିଭାଗ ଏହ୍ରାକୁ ସମ୍ପୂର୍ଣ୍ଣ କରି ନାହାନ୍ତି। କାମ ନସରୁଣୁ ଉଦଘାଟନ ହୋଇଥିବାରୁ ଏହାକୁ ଛେଳି ଗଡବାସୀ ନାପସନ୍ଦ କରିଛନ୍ତି ।