ଜିକିତ୍ସା ପକ୍ଷରୁ ଅପହଂଚ ଇଲାକାରେ ପ୍ରାଥମିକ ଚିକିତ୍ସା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ନଭେମ୍ବର ମଙ୍ଗଳବାର )ଭୁବନେଶ୍ୱର :- ଓଡ଼ିଶାରେ ୧୦୮ଆମ୍ବୁଲାନ୍ସ ସେବାର ପରିଚାଳନା କରୁଥିବା ସଂସ୍ଥା, ଜିକିତ୍ସା ହେଲଥ୍ କେୟାର ଲିମିଟେଡ୍ ପକ୍ଷରୁ ଏକ ଏଫଆରପି କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର ମୋହନା ବ୍ଲକ୍ ଅନ୍ତର୍ଗତ ଅପହଂଚ ହୁଆରି ଗ୍ରାମରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଅନେକ ସଂଖ୍ୟାରେ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିକିତ୍ସା ପକ୍ଷରୁ ଇଏମଟି, ବିଦ୍ୟାଧର ସାହୁ, ଡ୍ରାଇଭର, ବେଂଜାମିନ୍ ଦଳବେହେରା, ହେଲପର, ଜସିଆ ସବର ଏବଂ କ୍ଲଷ୍ଟର ଲିଡ଼ର, ପ୍ରଦିପ୍ କୁମାର ରାମ ଏହି ଏଫଆରପି ଶିବିରର ଆୟୋଜନ ନିମନ୍ତେ ଯାଇଥିଲେ ।

ମାତ୍ର ଉକ୍ତ ଗ୍ରାମକୁ କିଛିବି ଗାଡ଼ି ଯିବା ପାଇଁ କୌଣସି ସୁବିଧା ଉପଲବ୍ଧ ନଥିଲା । ତଥାପି ଏହା ସତ୍ୱେ ଏହି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ପାହାଡ଼ିଆ ରାସ୍ତା ଦେଇ ସେଠାରେ ପହଂଚି ସଫଳତାର ସହ ଏହି ଏଫଆରପି ଶିବିରିର ଆୟୋଜନ କରିଛନ୍ତି । ଏବଂ ଗ୍ରାମବାସୀ ମାନଙ୍କୁ ଦୁର୍ଘଟଣା ପରବର୍ତ୍ତୀ ତତ୍କାଳ ଚିକିତ୍ସା, ବ୍ଲିଡିଂ, ଚୋକିଂ, ପୋଡିଯିବା, ବୁଡିଯିବା, କୌଣସି କୀଟ ପତଙ୍ଗ କାମୁଡିବା, ଫ୍ୟାକଚର କେୟାର ଇତ୍ୟାଦି ସମ୍ପର୍କରେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରିଛନ୍ତି । ଏହି ଅବସରରେ ଜିକିତ୍ସା ପକ୍ଷରୁ ଏହାର ଅଧିକାରୀ, ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ସେବାର ପରିଚାଳନା, କାର୍ଯ୍ୟାବଳୀ ଏବଂ ନୀତିନିୟମ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।