କଳିଙ୍ଗ ସ୍ବରାଜ ମହିଳା ୱିଙ୍ଗ୍ ତା’ର ପ୍ରଥମ ବାର୍ଷିକ ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ନଭେମ୍ବର ସୋମବାର ) ଭୁବନେଶ୍ୱର :- ଭୁବନେଶ୍ୱରସ୍ଥିତ ହୋଟେଲ୍ ଏକ୍ସେଲେନ୍ସିରେ ପାଳନ କରିଛି । ବିଶ୍ଵର କୋଣ ଅନୁକୋଣରେ ଥିବା ଓଡ଼ିଆ ମହିଳାମାନଙ୍କ ଦ୍ବାରା ଗଠିତ ହୋଇଥିବା କଳିଙ୍ଗ ସ୍ବରାଜ ମହିଳା ଶାଖା ଅନେକ ସାମାଜିକ କାର୍ଯ୍ୟ ତଥା ମନୋରଞ୍ଜନ କ୍ଷେତ୍ରରେ ନିଜକୁ ପ୍ରମାଣିତ କରି ପାରିଛି ।

ଖୁବ୍ କମ୍ ଦିନରେ ୨୦,୦୦୦ ରୁ ଅଧିକ ମେମ୍ବର୍ ଏଥିରେ ସାମିଲ୍ ହୋଇସାରିଛନ୍ତି । ମହିଳାମାନଙ୍କର ସାମାଜିକ, ମାନସିକ ତଥା କଳାତ୍ମକ ବିକାଶ କ୍ଷେତ୍ରରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରି ସମସ୍ତଙ୍କର ଧନ୍ୟବାଦ୍ ର ପାତ୍ର ହୋଇପାରିଛି କଳିଙ୍ଗ ସ୍ବରାଜ ମହିଳା ୱିଙ୍ଗ୍ ।

ସଂଗଠିତ ଏହି ଅଧିବେଶନରେ ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ମଧୁସ୍ମିତା ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବହୁ ସଂଖ୍ୟାରେ ମହିଳାମାନଙ୍କ ଯୋଗଦାନ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏହି ଅଧିବେଶନର ମୁଖ୍ୟ ଆକର୍ଷଣ ଥିଲା ।