ଅଙ୍ଗନୱାଡ଼ି ପିଲାଙ୍କୁ ପୋଷାକ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ରବିବାର ) ଜଟଣୀ :- ଖୋର୍ଦ୍ଧା-ଜଟଣୀ ଆଜି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ର ୧ ଓ ୪ ରେ ପଢ଼ୁ ଥିବା ପିଲା ମାନଙ୍କୁ ଅବିଭାବକ, ଯାଞ୍ଚ କମିଟି ସଦସ୍ୟଙ୍କ ଉପସ୍ଥିତିରେ ସରକାର ଙ୍କ ଦ୍ଵାରା ପ୍ରଦତ୍ତ ପୋଷାକ,ଜୋତା,ମୋଜା ଇତ୍ୟାଦି ବଣ୍ଟନ କରାଯାଇଛି ।

ଏହି କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି କର୍ମୀ ଶହେନାଜ଼ ପରବିନ ଓ ଖୁର୍ସିଦା ଖାତୁନ,ସହାୟିକା ଜିନତୁନ ବେୱା ଏବଂ ସାଜେରୁନ ବେୱା ପ୍ରମୁଖ ପରିଚାଳନା କରିଥିଲେ ।