ବଟିରା ଠାରେ କୋରାଇ କଂଗ୍ରେସର ଜନଜାଗରଣ ଓ ସାଧାରଣ ସଭା

‘ଆଗାମୀ ତ୍ରିସ୍ତରୀୟ ଓ ପୌର ନିର୍ବାଚନରେ ସରକାରଙ୍କୁ ଜବାବ ଦେବାକୁ ଆହ୍ୱାନ’ 

ମାଡି ଚାଲ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ରବିବାର ) କୋରାଇ :- କୋରାଇ ମାଟି ଏକ ପବିତ୍ର ମାଟି । ଯାହାର ଉତରରେ ପବିତ୍ର ବୈତରଣୀ ଓ ଦକ୍ଷିଣରେ ଖାରସ୍ରୋତା ନଦୀ ପ୍ରବାହିତ ହେଉଥିବାରୁ ଏଅଂଚଳ ଚିର ସବୁଜ, ଶସ୍ୟଶ୍ୟାମଳା ଭରା ଏଅଂଚଳ । ଏଠାକାର ଅଧିବାସୀଙ୍କୁ କେବେବି ଅଭାବ ଛୁଇଁପାରିବ ନାହିଁ ବୋଲି ଜଟିଣୀ ବିଧାୟକ ସୁରେଶକୁମାର ରାଉତ ରାୟତରାୟ ତାଙ୍କ ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । କୋରାଇ କଂଗ୍ରେସ ପକ୍ଷରୁ ଆଜି ବଟିରା ଠାରେ ଅନୁଷ୍ଠିତ ଜନଜାଗରଣ ଅଭିଯାଜନ ଓ ସାଧାରଣ ସଭାରେ ମୁଖ୍ୟଅତିଥିଭାବେ ଶ୍ରୀ ରାଉତରାୟ ଯୋଗଦେଇ କୋରାଇ ହିନ୍ଦୁ ଓ ମୁସଲମାନଙ୍କ ଭାଇଚାରାର ଅଂଚଳ ବୋଲି କହିବା ସହ କଂଗ୍ରେସ ପ୍ରତି ବ୍ୟାପକ ସମର୍ଥନ ରହିଥିବା ସଭାରୁ ସୂଚିତ ହେଉଥିବା କହିଥିଲେ ।

ଅଖିଳଭାରତୀୟ କଂଗ୍ରେସ କମିଟିର ନେତ୍ରୀ ସେନିଆ ଗାନ୍ଧୀଙ୍କ ିନର୍ଦେଶ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶରେ ଆହୂତ ଏହି ଜନଜାଗରଣ ଅଭିଯାଜନ ସଭାରେ ଉଦ୍‌ଘାଟକରୂପେ ଯୋଗଦେଇ ପୂର୍ବତନ ରାଜ୍ୟସଭା ସାଂସଦ ତଥା କୋରାଇର ପୂର୍ବତନ ବିଧାୟକ ଡକ୍ଟର ରାମଚନ୍ଦ୍ର ଖୁଂଟିଆ ଲୋକମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତ ପୂର୍ଣ୍ଣ ଜନମାରଣ ନୀତି, ରନ୍ଧନ ଗ୍ୟାସ ଆଦି ତୈଳଦର ବୃଦ୍ଧି, ରାସନ ସାମଗ୍ରୀ, ଖାଇବା ତେଲ ଆଦିର ଅହେତୁକ ଦରବୃଦ୍ଧି, କୃଷି ଓ କୃଷକ ମାରଣ ନୀତି, ବେକାରୀ ସମସ୍ୟା, ଦଳିତମାନଙ୍କୁ ଅଧିକାରରୁ ବଂଚିତ କରୁଛି । ସେଥିପାଇଁ ଜନ ନସଚେତନତା ଜରୁରୀ ବୋଲି କହିବା ସହ ଏହାର ଜବାବ ଆଗାମୀ ପଂଚାୟତ ଓ ପୌରନିର୍ବାଚନରେ ରାଜ୍ୟ ଓ କେନ୍ଦ୍ର ସରକାକାରଙ୍କୁ ଦେବାକୁ ଡକ୍ଟର ଖୁଂଟିଆ କହିଥିଲେ ।

ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ତଥା କୋରାଇ ବିଧାୟିକା ପ୍ରାର୍ôଥନୀ ବନ୍ଦିତା ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା କୋରାଇ ବ୍ଲକ କଂଗ୍ରେସ କମିଟର ସଭାପତି ଅକ୍ଷୟକୁମାର ଜେନା ସଂଚାଳନା କରିଥିଲେ । ମୁଖ୍ୟବକ୍ତାଭାବେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ ରାଜ୍ୟ ଶାସନକରୁଥିବା ନବୀନ ସରକାରଙ୍କ ଦୀର୍ଘ ୨୧ବର୍ଷ ମଧ୍ୟରେ ବଳାତ୍କାଳରୀ କ୍ଷେତ୍ରରେ ରାଜ୍ୟ ଏକନମ୍ବର ହୋଇଥିଲା ବେଳେ ନାରୀ ଅସୁରକ୍ଷିତ କ୍ଷେତ୍ରରେ ରାଜ୍ୟ ଦେଶର ୩ନମ୍ବର ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ତଥା ଦଳର ମୁଖପାତ୍ର ସତ୍ୟପ୍ରକାଶ ନାୟକ, ରାଜ୍ୟ ଛାତ୍ରକଂଗ୍ରେସ ସଭାପତି ୱାରିସ ନୱାଜ, କଂଗ୍ରେସର ଯାଜପୁର ଜିଲା ପ୍ରଭାରୀ ରଜତ ଚୌଧୁରୀ, ଯାଜପୁର ଜିଲା ସଭାପତି ମନୋଜ କୁମାର ରାଉତ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ଆଗାମୀ ତ୍ରିସ୍ତରୀୟ ଓ ପୌର ନିର୍ବାଚନରେ ପରାସ୍ତକରି ପ୍ରତିଷୋଧ ମୂଳକ ପଦକ୍ଷପ ନେବାଲାଗି ପରାମର୍ଶ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପନଗରପାଳ ପ୍ରମୋଦ କୁମାର ପରିଡା, ହୃଦାନନ୍ଦ ସାମଲ, ପଦ୍ମାକର ଗୁରୁ, ସନ୍ତୋଷ କୁମାର ନନ୍ଦ, ବାବୁଲା ଗୁରୁ, ଘନଶ୍ୟାମ ପଣ୍ଡା, ନିରଞ୍ଜନ ନାୟକ, ମାର୍କଣ୍ଡ ମିଶ୍ର, ଶ୍ୟାସୁନ୍ଦର ଜେନା, ନରହରି କୁଅଁର, ପ୍ରସନ୍ନ ସ୍ୱାଇଁ, ପରୀକ୍ଷିତ ମଲିକ, ତପନ ନାୟକ, ମିହିର କୁମାର ମିଶ୍ର, ଫୁରକାନ ହଜାରୀ, ଯାହାବାଗ ଖାଁ, ଏସ. କେ ମସୁଦ, ନୀଳମଣି ମହାପାତ୍ର, ନିର୍ମଳା ମଲିକ, ଦିଲ୍ଲୀପ କୁମାର ମଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷର କୋରାଇ ବ୍ଲକ କଂଗ୍ରେସର ପୂର୍ବତନ ସଭାପତି ମଧୁସୂଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପୂର୍ବରୁ ଅତଥିଙ୍କୁ ବୈତରଣୀ ରୋଡ ଠାରେ ବିଶାଳ ମଟରସାଇକେଲ ଶୋଭାଯାତ୍ରାରେ ସଭାସ୍ଥଳୀକୁ ଅଣାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ କୋରାଇ ବ୍ଲକର ୨୮ପଂଚାୟତ ସଭାପତି ଓ କର୍ମକର୍ତା ପରିଚାଳନା କରିଥିଲା ବେଳ ବହୁସଂଖ୍ୟାରେ କର୍ମୀ ଓ ଜନସାଧାରଣ ସଭାରେ ସାମିଲ ହୋଇଥିଲୋ ।