ହେଲପି° ହାର୍ଟ ର ସମ୍ମାନିତ ସମାରୋହ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ରବିବାର ) ବରଗଡ଼ :- ବରଗଡ଼ ର ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲପି° ହାର୍ଟ ତରଫ ରୁ ଆଜି ବଣିକ ଭବନ, ବରପାଲି ଠାରେ ନିଷ୍ଠା ପରିବାରକୁ ସମ୍ମାନିତ କରାଯାଇଥିଲା । ଉକ୍ତ ଅନୁଷ୍ଠାନ ପକ୍ଷରୁ ବେକାର ଯୁବକ ଯୁବତୀ ଙ୍କୁ ସୈନ୍ୟ ବାହିନୀରେ ଯୋଗଦେବା ପାଇଁ ମାଗଣା ଶିକ୍ଷା ପ୍ରଦାନ ସହ ତାଲିମ ଦେଇ ଆସୁଛନ୍ତି । ଏହା ସହିତ ଆଜି ଠୁ ନୂତନ ବେଚ ର ନାମ ଲେଖା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି । ଏବେ ଯୁବକ ଯୁବତୀ ମାନେ ଚାକିରୀ ନ ପାଇ ପଥ ଭ୍ରଷ୍ଟ ହେଉଥିବା ବେଳେ ହେଲପି° ହାର୍ଟ ର ଏହି ପ୍ରୟାସ ପ୍ରକୃତ ରେ ପ୍ରଶଂସନୀୟ ଅଟେ ।

ଏହି ଅବସରରେ ଆଜି ଅନୁଷ୍ଠିତ ସଭାରେ ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ବରଗଡ଼ ନିଷ୍ଠା ପରିବାର କୁ “ଜୀବନ ରକ୍ଷକ” ସମ୍ମାନ ରେ ସମ୍ମାନୀତ କରାଯାଇଥିଲା । ସେହିପରି ସାମ୍ବାଦିକ ପ୍ରଭୁ ମହାନ୍ତି, ସମାଜ ମଙ୍ଗଳ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବରପାଲି ବିଧାୟିକା ରୀତା ସାହୁ, ଲିଟିଲ୍ ଏଞ୍ଜ୍ଜେଲ୍ ସ୍କୁଲ ର ଏମ ଡି ସୁନୀତା ମୁଣ୍ଡ, ଜଗବନ୍ଧୁ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ପଦ୍ମିନୀ ଦାଶ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ନିଷ୍ଠାର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଓ ସହ ସମ୍ପାଦକ ଲୋକନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।