ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଫେଲ, ଇଛା ମୃତ୍ୟୁ ପାଇଁ ସରକାରଙ୍କୁ ନିବେଦନ କଲେ ୩୦ବର୍ଷୀୟ ଯୁବକ ଅନିଲ ଶିଖା “ସ୍ବପ୍ନ ଥିଲା ଶିକ୍ଷକ ହେବା

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ରବିବାର ) କଳାହାଣ୍ଡି :- ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା ଓ ସର୍ବନିମ୍ନ ଚିକିତ୍ସା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳ ମାଳ ଯୋଜନା କରୁଛନ୍ତି l ଗରିବ ଲୋକେ କିଭଳି ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ନିଜର ଅମୂଲ୍ୟ ଜୀବନ ରକ୍ଷା କରିବେ ସେଥି ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଚାଲିଛି l ତେବେ ଏତେ ଯୋଜନା ସତ୍ୱେ ଚିକିତ୍ସା ପାଇ ନ ପାରି କଳାହାଣ୍ଡି ଜିଲ୍ଲାର ଜଣେ ଉଚ୍ଚଶିକ୍ଷିତ ଯୁବକ ଶେଷରେ  ନିଜର ନିଃସହାୟତା ପ୍ରକାଶ କରି  ନିଜର ଇଛା ମୃତ୍ୟୁ ପାଇଁ ସରକାରଙ୍କୁ ଆବେଦନ କରିବା ବିଷୟ ସମଗ୍ର ଅଞ୍ଚଳରେ ଚାର୍ଚ୍ଚର ବିଷୟ ହୋଇଥିବା ବେଳେ ଏ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବିସ୍ମିତ ପ୍ରକାଶ ପାଇଛି l

ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ମାଦିଗୁଡା ପଂଚାୟତର ଚିକିଳି ଗାଁରେ l ଜିଲ୍ଲା ପ୍ରଶାସନ ଠାରୁ ସରକାରଙ୍କୁ ନିଜର ଚିକିତ୍ସା ପାଇଁ ବହୁବାର ଆକୁଳ ନିବେଦନ ପରେବି କେହି ନ ଶୁଣିବାରୁ ନିଃସହାୟ ହୋଇ ଇଛା ମୃତ୍ୟୁ ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚନ୍ୟାୟାଳୟ ଠାରେ ଆବେଦନ କରିଛନ୍ତି। ଚିକିଳି ଗାଁର  ଦଳିତ ଯୁବକ ଅନିଲ କପୁର ଶିଖା l ଅନିଲ ଯୁକ୍ତ ୨ପାଠ ପଢିଲା ପରେ ସିଟି ଟ୍ରେନିଙ୍ଗ କରୁଥିଲେ l ଜୀବନର ସ୍ବପ୍ନ ଥିଲା ଦିନେ ସେ ଶିକ୍ଷକ ହେବେ l ସମାଜର ନବ ନିର୍ମାଣରେ ନିଜକୁ ନିୟୋଜିତ କରି ପିଲାମାନଙ୍କୁ ମଣିଷ ଭଳି ମଣିଷଟିଏ କରି ଗଢି ତୋଳିବେ l

ରିକ୍ସା ଚଳାଇ ନିଜକୁ ପାଠ ପଢାଇ ମଣିଷ କରିଥିବା ବାପା ଯଦୁବନ ଶିଖା ଓ ମାଆ କୌଶଲ୍ୟା ଶିଖାଙ୍କ ମୁହଁରେ ହସ ଫୁଟାଇବେ l ତେବେ ବିଧିର ବିଧାନ ଅଲଗା ଗତ ୧୦/୧୦/୨୦୧୫ରିଖ ଦିନ ଅନିଲ ସିଟି ଟ୍ରେନିଙ୍ଗ କ୍ଲାସ କରିବା ପାଇଁ ଭବାନୀପାଟଣା ଯାଉଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ତାଙ୍କର ମେରୁଦଣ୍ଡ ହରାଇ ବସିଥିଲେ l ବର୍ଷ ବର୍ଷ ଧରି ଏଇ ମେଡିକାଲରୁ ସେଇ ମେଡିକାଲ ଧାଇଁ ବାପାଙ୍କର ମାତ୍ର ୭୦ଡିସମିଲ ଜମି ବିକ୍ରି କରି ଚିକିତ୍ସା ହେଉଥିଲେ l ତେବେ ସବୁ ଚେଷ୍ଟା ସତ୍ୱେ ଅର୍ଥାଭାବ ଯୋଗୁଁ ଚିକିତ୍ସା ଅଭାବରୁ ଦୀର୍ଘ ୬ବର୍ଷରୁ ଉର୍ଦ୍ଧ ହେଲା ମୃତ୍ୟୁ ସହିତ ସଂଗ୍ରାମ କରୁଥିବାବେଳେ ତାଙ୍କ ପ୍ରତି କୈାଣସି ସରକାରୀ ଯୋଜନାରେ ସହାୟତା ରାଶି ପାଇବାରେ ବିଫଳ ହୋଇଛନ୍ତି। ଶେଷରେ ସେ ଇଛା ମୃତ୍ୟୁକୁ ଆପଣେଇ ଥିବା ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।