ବାଲୁଗାଁ ପିକ୍ ନିକ୍ ଗାଡି ଦୁର୍ଘଟଣା : ମୁଖ୍ୟମନ୍ତ୍ରୀ ଙ୍କ ଶୋକ ପ୍ରକାଶ 

ଖୋର୍ଦ୍ଧା : ବାଲୁଗାଁ ବେଲପଡ଼ା ଛକରେ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ୩ ମୃତ, ୯ ଆହତ, ଆହତଙ୍କ ମଧ୍ୟରୁ ୭ ଜଣ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର, ତିନି ମୃତକ ଛାତ୍ର ଙ୍କ ଆତ୍ମୀୟ ଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶନିବାର ) ଭୁବନେଶ୍ୱର :- ଗଞ୍ଜାମ ରୁ ପିକ୍ ନିକ୍ ଯାଉଥିବା ଏକ ଗାଡ଼ି ବାଲୁଗାଁ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଥିବା ଏବଂ ଏଥିରେ ରଙ୍ଗେଇଲୁଣ୍ଡା ଅଞଳର ତିନି ଜଣ ଛାତ୍ର ଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଶୋକସନ୍ତପ୍ତ ପରିବାର ମାନଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତକ ଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହା ସହିତ ଦୁର୍ଘଟଣା ରେ ଆହତ ଛାତ୍ର ମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା  କରିଛନ୍ତି ।