ମହିଳାମାନଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ : ଚାନ୍ଦପୁର ପୋଲିସ ଏଜି ମିଶନ ସ୍କୁଲ ସହିତ ଏକ ସଚେତନତା ଡ୍ରାଇଭ ଏବଂ ଷ୍ଟ୍ରିଟ ପ୍ଲେ ଆରମ୍ଭ କରିଥିଲା

ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଶୁକ୍ରବାର) ଚାନ୍ଦପୁର :- ଆନ୍ତର୍ଜାତିକ ମହିଳା ସୁରକ୍ଷା ଦିବସ ଉପଲକ୍ଷେ ଏ.ଜି. ମିଶନ୍ ବିଦ୍ୟାଳୟ (ଚାନ୍ଦପୁର) ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମହିଳା ଅତ୍ୟାଚାର ସଚେତନତା ଉପଲକ୍ଷେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ଷଷ୍ଠରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି ମହିଳାମାନଙ୍କ ଉପରେ ସାମାଜିକ ହିଂସା,

ପାରିବାରିକ ହିଂସା ବିରୁଦ୍ଧରେ ସରଉତୋଳନ କରିଥିଲେ । ଏହି ଶୋଭାଯାତ୍ରା ଚାନ୍ଦପୁର ଷ୍ଟେଟ୍ ବ୍ୟାଙ୍କାଠାରୁ ଆରମ୍ଭ ହୋଇ ଚାନ୍ଦପୁର ପୋଲିସ୍ପେସନ୍ ପର୍ଯ୍ୟନ୍ତ ବିଭିନ୍ନ ସ୍ଲୋଗାନ୍ ମାଧ୍ୟମରେ ମହିଳାମାନଙ୍କ ଉପରେ ଘଟୁଥିବା ହିଂସାକୁ ତୀବ୍ର ପ୍ରତିରୋଧ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ପାଇଁ ଏ.ଜି. ମିଶନ୍ ବିଦ୍ୟାଳୟକୁ ଚାନ୍ଦପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସ,

ସବ୍‌ଇନ୍ସପେକ୍ଟର ଅଞ୍ଜଳୀ ସା ନିମନ୍ତ୍ରିତ ଅତିଥ୍‌ ଭାବେ ଯୋଗଦେଇ ଛାତ୍ର  ଛାତ୍ରୀ ମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମକୁ ସମର୍ଥନ କରି ଅଭିବାଦନ ଜଣାଇଥିଲେ । ପରେ ପରେ ଛାତ୍ର ଛାତ୍ରୀ ମାନଙ୍କର ଶୋଭାଯାତ୍ରାରେ ସହଯୋଗ କରି ଜନସାଧାରଣମାନଙ୍କୁ ସଚେତନ କରିବା ସହିତ ମୂଲ୍ୟବାନ ଅଭିଭାଷଣ ଦେଇଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍. ମାର୍ଟିନ୍ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଆଜିର ଦିବସକୁ ସମ୍ପୂର୍ଣ ଭାବରେ ସହଯୋଗ କରିଥିଲେ ବିଦ୍ୟାଳୟର ଚେୟାରମ୍ୟାନ ବିଜୁ ଗାବ୍ରିଏଲ ଏ.ଜି. ମିଶନ୍ ପରିବାର ସହିତ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ବିଶେଷ କରି ବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗର ଶିକ୍ଷକ ରୋସବିନ୍ ସାମୁଏଲ୍, ଶିକ୍ଷୟିତ୍ରୀ ସଂଧ୍ୟାରଣୀ ସିଂ ଏବଂ ଇୟୁନିସ୍ ଜେମିମାଙ୍କ ଦାୟିତ୍ବରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇପାରିଥିଲା ।

ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯୌତୁକ ବିରୁଦ୍ଧରେ ମଦ୍ୟପ ବିରୁଦ୍ଧରେ, ବିଶୃଙ୍ଖଳିତ ପୁଅମାନଙ୍କ ବିରୁଦ୍ଧରେ ସଚେତନମୁଖୀ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରିବା ପାଇଁ ଏ.ଜି.ମିଶନ୍ ପରିବାର ୧୦୦୦ ରୁ ଉର୍ଦ୍ଧ୍ବ ଲିଫଲେଟ୍ ବଂଟନ କରିଥିଲେ । ବିଦ୍ୟାଳୟର ସ୍କାଉଟ୍ ଆଣ୍ଡ ଗାଇଡ୍ ଫ୍ଲକ୍ ଲିଡର ଶ୍ରୀମତୀ ପୁଷ୍ପଲତା ମହାପାତ୍ର ସ୍କାଉଟ୍ ଆଣ୍ଡ ଗାଇଡ୍ ଛାତ୍ରଛାତ୍ରୀମାନଙ୍କଦ୍ବାରା କାର୍ଯ୍ୟକ୍ରମର ଶୃଙ୍ଖଳା ରକ୍ଷା କରିଥିଲେ ।