ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବରେଡକ୍ରସ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଶୁକ୍ରବାର) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ ସଂସ୍ଥା ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମହା ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ସମ୍ବିଧାନର ପ୍ରଣେତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ପ୍ରତ୍ୟେକ ଦେଶର ସମ୍ବିଧାନ ହେଉଛି ଏହାର ମେରୁଦଣ୍ଡ ।

ଭାରତର ବୃହତମ ସମ୍ବିଧାନ ଏହାର ନାଗରିକମାନଙ୍କୁ ସମସ୍ତ ଅଧିକାର ପ୍ରଦାନ କରିଥାଏ । ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସମ୍ବିଧାନର ମୁଖବନ୍ଧକୁ ସମସ୍ତ ଛାତ୍ରୀଙ୍କ ସହ ପାଠ କରାଇଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ଯୁବ ରେଡ଼କ୍ରସ ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ପରିଚାଳନା କରିବା ସହ ସିଏଚ ନିର୍ମଲା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଏଲ ଦୁର୍ଯ୍ୟୋଧନ,ଲାଲୀ ଖଡଗରାଏ ଏବଂ ଏଲ ଅଶୋକ ପ୍ରମୁଖ ଉପସ୍ଥିତ ଥିଲେ ।