କେନ୍ଦ୍ରରେ ମୋଦୀ ସରକାର ବାରମ୍ବାର ଡିଜେଲ : ପେଟ୍ରୋଲ ଓ ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧିକୁ ବିରୋଧ କରି ଗଜପତି ଜିଲ୍ଲା – ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମଖରେ ଧାରଣା ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ଦାବି ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ (୨୪ ନଭେମ୍ବର ବୁଧବାର ) ପାରଳାଖେମୁଣ୍ଡି :- କ୍ରେନ୍ଦ୍ର ରମୋଦୀ ସରକାର ବାରମ୍ୱାର ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିଛି । ଏହିକ୍ରମରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାମଧ୍ୟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଦଳର ବହୁ ନେତା ଓ କର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ରାସ୍ତା ଉପରେ କାଠ ଚୁଲିରେ ରାନ୍ଧି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ ଜଣାଇଛନ୍ତି ।

ଉଜ୍ଜଳା ଯୋଜନା ଜରିଆରେ ଦେଶର ଗିରବ ଲୋକଙ୍କୁ ଗ୍ୟାସ ସିଲିଣ୍ଡର ବଣ୍ଟନ ହୋଇଥିଲେ ମଧ୍ୟଏବେ ମୂଲ୍ୟ ବୃଦ୍ଧି ଯୋଗୁ ସେମାନେ ସିଲିଣ୍ଡର ରିଫିଲ୍ କରିପାରୁ ନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି ଏହାସହ ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦୁଇ ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।

ଏହି ଧାରଣା ଓ ପ୍ରତିବାଦ ସଭାରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ବସନ୍ତ ଦାସ, ଲକ୍ଷ୍ମୀକାନ୍ତ ପରିଚ୍ଛା, ଜିଲ୍ଲା ଯୁବ ବିଜେଡ଼ି ସଭାପତିଏସ.ଲିଙ୍ଗରାଜ, ଜିଲ୍ଲା ବିଜେଡ଼ି ମହିଳା ସଭାପତି ପୂର୍ଣ୍ଣବାସି ନାୟକ,

କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ବେହେରା ନଗର ବିଜେଡ଼ି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ସାଧାରଣ ସମ୍ପାଦକ ତନୁଜା ଶତପଥି, ଶାନ୍ତି ଜେନା ଓ ଜାମିନଦାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଜିଲ୍ଲା ସଭାପତି ପ୍ରଦୀପ ନାୟକ କହିଛନ୍ତି l