ଧାନ ଓ କପା ଫସଲ ଅମଳ ବେଳେ ଅଦିନିଆ ବର୍ଷା

ଓଡ଼ିଶା ତାଜା ନ୍ୟୁଜ୍ (୨୪ ନଭେମ୍ବର ବୁଧବାର ) କଳାହାଣ୍ଡି :- ନର୍ଲା ବ୍ଳକର କେତେକାଂଶରେ ଶନିବାର ଦିନ ଅପରାହ୍ନ ଠାରୁ ଆକସ୍ମିକ ବର୍ଷା ହୋଇଛି । ବହୁ ଚାଷୀଙ୍କ ଅମଳ ଧାନ ଓ କପା ଫସଲ ଭିଜି ଯାଇଛି । ଚାଷ ଆରମ୍ଭରୁ ବର୍ଷା ପାଣି ଉପରେ ନିର୍ଭରଶୀଳ ଚାଷୀ ମରୁଡିର ଶିକାର ହୋଇଛନ୍ତି । ଯେଉଁ ଚାଷୀଙ୍କ ଜମିରେ କେନାଲ ପାଣି, ଉଠା ଜଳସେଚନ ଓ ଡିପ୍ ବୋରୱଲ ପାଣି ମାଡିଛି ସେଠାରେ ଧାନ ଫସଲ ଭଲ ହୋଇଛି । କିନ୍ତୁ ଏବେ ଅଦିନିଆ ବର୍ଷା ଦାଉ ସାଧୁଛି ।

ବର୍ଷା ପାଣିରେ କପା କଳା ରଙ୍ଗ ପଡ଼ିଥିବାରୁ କମ୍ ମୂଲ୍ୟରେ ବିକ୍ରି ହେବ ବୋଲି ଚାଷୀ ଅଭିଯୋଗ କରିଛନ୍ତି । କଟା ଧାନ ଜମିରେ ରହି ଗଜା ଉଠିଛି । ଏଭଳି ସ୍ଥିତିରେ ମଣ୍ଡି ଖୋଲିବା ମଧ୍ୟ ଯଥେଷ୍ଟ ବିଳମ୍ବିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତି ଆକଳନ କରାଯାଇ ସହାୟତା ରାଶି ପ୍ରଦାନ କରିବାକୁ ଦାବି ହେଉଛି ।