ବୈପାରିଗୁଡା ବାସୀଙ୍କ ସପ୍ନସାକାର ହେଲା ନୀଳକଣ୍ଠେଶ୍ଵର ମନ୍ଦିର ରେ ଲାଗିଲା ଲାଇଟ

ଓଡ଼ିଶା ତାଜା ନ୍ୟୁଜ୍ (୨୨ ନଭେମ୍ବର ସୋମବାର ) ବୈପାରିଗୁଡା :- ଆଜି କୁ ପ୍ରାୟ ୪୦ ବର୍ଷରୁ ଉର୍ଦ୍ଧ ହେବ ଘଚଂଜଙ୍ଗଲ ମଧ୍ୟରେ ପୂଜା ପାଉଥିବା ବାବା ନୀଳକଣ୍ଠେଶ୍ବର ମନ୍ଦିର ପ୍ରାଙ୍ଗଣରେ ଆଲୋକ ବ୍ୟବସ୍ଥା ହୋଇଥିବା ବେଳେ ବୈପାରିଗୁଡା ବାସୀଙ୍କ ମଧ୍ୟରେ ଖୁସି ର ଲହରୀଖେଳିଯାଇଛି ! ମନ୍ଦିର କମିଟି ସଦସ୍ୟ ଓ ବେସରକାରୀ ସଂସ୍ଥା,ଜନସାଧାରଣଙ୍କ ପକ୍ଷରୁ କିଛି କିଛି ଟଙ୍କା ଆଦାୟ କରିଥିବା ବେଳେ ସେମାନଙ୍କୁ ସାହାୟ୍ଯର ହାତ ବଢାଇଛି ବାବା ଗୁପ୍ତେଶ୍ଵର ସେବା ସଂଘ !

ସଂଘର ସଦସ୍ୟଗଣ ନୀଳକଣ୍ଠେଶ୍ବର ମନ୍ଦିର ପରିସର ରେ ଲାଇଟ ଲଗାଇବା ପାଇଁ ବାବା ଗୁପ୍ତେଶ୍ଵର ସେବା ସଂଘର ସଦସ୍ୟ ଆର.ଦାମ୍ଭିକା ରାଓ, ବାଦଲ ବିଶୋଇ, ଏନ.ହରି ପ୍ରସାଦ, ନଟବର ପଟ୍ଟନାୟକ, ଝରିଆ ଖାନ,ଚନ୍ଦ୍ର ଶେଖର ରଥ,ସୁରେଶ ମିଶ୍ର, ପପୁ ଖାନ,ପିଣ୍ଟୁ ମହାନ୍ତି,ଏନ.ଗୌରୀ, ସୁଧାକର ରାଜୁଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତିରେ ନୀଳକଣ୍ଠେଶ୍ଵର ମନ୍ଦିର କମିଟି ସଦସ୍ୟ ବଙ୍ଗାଳି ନାୟକଙ୍କୁ ମନ୍ଦିର ପରିସରରେ ଆଲୋକ ବ୍ୟବସ୍ଥା କରିବା ନିମନ୍ତେ ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି !