କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ ପ୍ରଦାନ ସମାରୋହ ଓ ମହତାବ ଜୟନ୍ତୀ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ରବିବାର ) ବରଗଡ :- ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ମହତାବ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ମହତାବ ଜୟନ୍ତୀ ଓ ‘କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ-୨୦୨୧’ ପ୍ରଦାନ ସମାରୋହ ସଭାପତି ଗୋପବନ୍ଧୁ ପୁରୋହିତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵର୍ଗତ ହରେକୃଷ୍ଣ ମହତାବ ଙ୍କୁ ନବମ ଉତ୍କଳ ର ନିର୍ମାତା ଭାବେ ଅଭିହିତ କରି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ଵାନ ଜଣାଇଥିଲେ ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବ୍ୟଙ୍ଗ ସାହିତ୍ୟିକ ମନୋରଞ୍ଜନ ସାହୁ ଓ ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ର ମହାପୁରୁଷଙ୍କ ଜୀବନୀ ଅଧ୍ୟୟନ ପୂର୍ବକ ନିଜକୁ ଅନୁରୂପ ଭାବେ ଗଢ଼ିବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ରୋଟାରୀ ପବ୍ଲିକ ସ୍କୁଲ ର ଚେୟାରମେନ ରୋଟାରୀୟାନ ସମୟ ଭଟ୍ଟାଚାର୍ଯ୍ୟ, ପୂର୍ବତନ ରୋଟାରୀ କ୍ଲବ ସଭାପତି ରୋଟାରୀୟାନ ଗୋବିନ୍ଦ ଦାଶ ଯୋଗଦାନ କରି ମହତାବ ଙ୍କ ବହୁମୁଖି ପ୍ରତିଭା ବର୍ଣନା ପୂର୍ବକ ଛାତ୍ର ଛାତ୍ରୀ ଙ୍କୁ ଶୃଙ୍ଖଳିତ ଜୀବନ ଯାପନ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ‘କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ-୨୦୨୧’ରେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଅର୍ଥ ବିଭାଗ ର ଅତିରିକ୍ତ ଶାସନ ସଚିବ ନଗେନ୍ଦ୍ର ନାଥ ପଟ୍ଟନାୟକ ଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ମିଶ୍ର, ଦିବ୍ୟ କିଶୋର ଦେବତା, ମନୋରଞ୍ଜନ ମେହେର, ଆଲୋକ ସାହୁ, ଅଧ୍ୟାପକ ତିଳକ ରାମ ପ୍ରଧାନ,ସୁପ୍ରଭା ସାମଲ, ସନ୍ତୋଷିନୀ ଦାଶ,

ଦୟାନିଧି ମେହେର ପ୍ରମୁଖ ଉପସ୍ଥିତ ଥିଲେ। ନୃତ୍ୟଶିଳ୍ପୀ ବୈଷ୍ଣବୀ ବିର୍ତିଆ, ଆକା°କ୍ଷା ପଟ୍ଟନାୟକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସ°ସଦର ପ୍ରତିଷ୍ଠାତା ସମ୍ପାଦକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ଉଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।