ସମର୍ପଣ “ବୃଦ୍ଧାଶ୍ରମ” ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ମାନବ ସେବା ହେଉଛି ମାଧବ ସେବା

ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ରବିବାର ) ନୟାଗଡ଼ :- ଅସହାୟ ବୃଦ୍ଧବୃଦ୍ଧା ମାନଙ୍କର ସେବା କରି ସ୍ବର୍ଗୀୟ ଆନନ୍ଦ ମିଳୁଛି ବୋଲି କହିଛନ୍ତି ଭୂମିକା ଚକ୍ଷୁ ହସ୍ପିଟାଲର କର୍ମକର୍ତ୍ତା ମାନେ । ଆଜି ଅପରାହ୍ନ ୦୧ ଘଣ୍ଟା ସମୟରେ ଭୂମିକା ଚକ୍ଷୁ ହସ୍ପିଟାଲ ତରଫରୁ ସମର୍ପଣ (ବୃଦ୍ଧାଶ୍ରମ) ରେ ସମସ୍ତ ଅନ୍ତେବାସୀ ମାନଙ୍କର ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରାଯାଇଛି ।

୦୫ ଜଣ ଅନ୍ତେବାସୀ ମାନଙ୍କର ମୋତିଆବିନ୍ଦୁ ଅପରେସନ୍ କରାଯିବା ପାଇଁ ହସ୍ପିଟାଲ ତରଫରୁ ବ୍ଯବସ୍ଥା କରାଯାଇଛି । ଅନୁଷ୍ଠିତ ଏହି ଚକ୍ଷୁ ଚିକିତ୍ସା ଶିବିରକୁ ଭୂମିକା ଚକ୍ଷୁ ହସ୍ପିଟାଲର ସମିମା ଖାତୁନ୍,ରଶ୍ମିତା ବଳ, ଧରିତ୍ରୀ ପ୍ରଧାନ,ହିମାଂଶୁ କୁମାର ବିଧାର,

ଦୁର୍ଗାମାଧବ ସ୍ବାଇଁ ପରିଚାଳନା କରିଥିବା ବେଳେ ସମର୍ପଣ ପରିଚାଳନା କମିଟିର ସଂପାଦକ ଅରୁଣ କୁମାର ମହାନ୍ତି ଓ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ ଉପସ୍ଥିତ ଥିଲେ । ଏହି ଭଳି ପବିତ୍ର ସେବା କାର୍ଯ୍ୟକ୍ରମ ପାଇଁ ଭୂମିକା ଚକ୍ଷୁ ହସ୍ପିଟାଲକୁ ସମର୍ପଣ ତରଫରୁ ଅଶେଷ ଧନ୍ଯବାଦ ଅର୍ପଣ କରାଯାଇଛି ।