ମାଓବାଦୀଙ୍କ ଯୋଜନାକୁ ପଣ୍ଡ ୧୫୧ ବିଏନ ବିଏସ୍ଏଫ୍ ଯବାନ

ଓଡ଼ିଶା ତାଜା ନ୍ୟୁଜ୍ (୨୦ନଭେମ୍ବର ଶନିବାର) ବୈପାରିଗୁଡା :- ଦୀର୍ଘ ଦିନ ର ବ୍ୟବଧାନ ପରେ ବୈପାରିଗୁଡା ବ୍ଲକରେ ପୁଣିଥରେ ନିଜର ଉପସ୍ଥିତି ଜାହିର କରି ଯବାନଙ୍କୁ ଟାର୍ଗେଟ କରି ବୈପାରିଗୁଡା ଗୁପ୍ତେଶ୍ବର ରାସ୍ତାର ପୂଜାରୀଗୁଡା ଠାରେ ମାଓବାଦୀଙ୍କ ପକ୍ଷରୁ ବୋମା ଲଗାଇଥିବା ବେଳେ ମାଓବାଦୀଙ୍କ ଏହି ଯୋଜନାକୁ ପଣ୍ଡ କଲେ ବୈପାରିଗୁଡା ଥାନା ରାମଗିରି ଠାରେ ଅବସ୍ଥିତ ୧୫୧ ବିଏନ ବିଏସଏଫ ଯବାନ ।

ତେବେ ଘଟଣା ବିଷୟରେ ସ୍ଥାନୀୟ ବିଏସଏଫ ଯବାନଙ୍କ ପକ୍ଷରୁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଖବର ଦିଆଯାଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ! ବିଶ୍ବସ୍ତ ସୂତ ରୁ ଖବର ପାଇଁ ରାମଗିରି ସ୍ଥିତ ବିଏସଏଫ ଯବାନଙ୍କ ପକ୍ଷରୁ ପୂଜାରିଗୁଡା ଯାତ୍ରୀବିଶ୍ରାମ ନିକଟକୁ ଯାଇ ବିସ୍ଫୋ ରକ ଆଇଡି ଖଞ୍ଜା ଯାଇଥିବା ଦେଖିବାକୁ ପାଇଥିଲେ ।

ତେବେ ଯବାନକୁ ଟାର୍ଗେଟ କରି ବୋମା ଖଞ୍ଜା ଯାଇଥିବା ର କୁହାଯାଉଛି ! ବିଏସଏଫ ଯବାନଙ୍କ ପକ୍ଷରୁ ସନ୍ଦାନି କୁକୁର ସହାୟତାରେ ଉଦ୍ଧାର କରି ବୋମାକୁ ନିଷ୍କ୍ରିୟ କରାଯାଇଛି ! ଏହି ଘଟଣା ଘଟିବା ଦ୍ୱାରା ଏହି ଅଂଚଳ ତଥା ଏହାର ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।