ବୈପାରିଗୁଡା ଅବକାରୀ ଓ ପୋଲିସ ପକ୍ଷରୁ ବୈପାରିଗୁଡା ଅଞ୍ଚଳରୁ ୩୮ ଏକର ଗଞ୍ଜେଇ ଗଛ ନଷ୍ଟ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ଗୁରୁବାର) ବୈପାରିଗୁଡା :- ପୋଲିସ ଓ ଅବକାରୀ ବିଭାଗ ତରଫରୁ ମିଳିତ ଚଢାଉ କରି ୩୮ ଏକର ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ବେଳେ ତାହା ୨ କୋଟି ଟଙ୍କା ହେବା ନେଇ ସୂଚନା ହସ୍ତାଗତ ହୋଇଛି ! ବୈପାରୀଗୁଡା ବ୍ଲକ ଗଞ୍ଜେଇ ଚେରା ଚାଲାଣ କାରୀ ଙ୍କ ଚୋରାଭୂଇଁ ପାଲଟିଥିବା ବେଳେ ଏବେ ବୈପାରୀଗୁଡା ବୈପାରିଗୁଡା ଅବକାରୀ ବିଭାଗ ଓ ପୋଲିସ ବିଭାଗକୁ ବଡ ସଫଳତା ମିଳିଛି !

ବୈପାରୀଗୁଡା ବ୍ଲକ ମାଝୀଗୁଡା ପଞ୍ଚାୟତ ର କାତପଡା ଓ ଜି.ମାଝୀଗୁଡା ଦୁଇ ଗାଁ ମଧ୍ୟ ଭାଗ ରହିଥିବା ନଦୀ ଝରଣା କୂଳ ରେ ଏହି ଚାଷ ଚାଲିଥିବା ନେଇ ଖବର ମିଳିବା ପରେ ପୋଲିସ ଓ ଅବକାରୀ କର୍ମଚାରୀ ସେଠାରେ ପହଞ୍ଚ ଗଞ୍ଜେଇଗଛ କାଟିବା ସହ ଗୋଟିଏ ସ୍ଥାନରେ ରଖି ନିଆଁ ଲଗାଇ ପୋଡ଼ି ଥିବାର ସୂଚନା ଦେଇଛି ଅବକାରୀ ବିଭାଗ !

ଅବକାରୀ ବିଭାଗ ଠାରୁ ପାପ୍ତ ଖବର ଅନୁଯାଯୀ କୋରାପୁଟ ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ କରା ଯାଇଥିବା ବେଳେ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା, ବୈପାରିଗୁଡା ଆଇଆଇସି ଈଶ୍ଵର ତାଣ୍ଡି ,ମାଜିଷ୍ଟ୍ରେଟ ଦାୟିତ୍ବ ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ଅତିରିକ୍ତ ତହସିଲଦାର ସଂଜୀବ କୁମାର ସାହୁ ,କୋରାପୁଟ ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର, ଅବକାରୀ ଏଏସ୍ଆଇ ରଶ୍ମୀରଞ୍ଜନ ନାୟକଙ୍କ ସହ ବହୁ କର୍ମଚାରୀ ମାନେ ଉପସ୍ଥିତ ରହି ଗଞ୍ଜେଇ ଗଛ ନଷ୍ଟ କରିଥିବାର ଜଣାପଡିଛି