ଡକାୟତ ଘଟଣା : ରାତିରେ ଛୁରୀ ଦେଖାଇ ଲୁଟିନେଲେ ୧୨ ଭରି ସୁନା ଓ ୫ ଲକ୍ଷ ଟଙ୍କା

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର ବୁଧବାର) କଳାହାଣ୍ଡି :- ଭବାନୀପାଟଣା ସଦର ଥାନା କର୍ଲାପଡା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୨୬ ତେନ୍ତୁଳିପଡା ଛକ ଉପରେ ଥିବା ଗୋଟିଏ ଘରୁ ମଙ୍ଗଳବାର ରାତିରେ ଡକାୟତ ମାନେ ଆସି ୧୨ ଭରି ସୁନା, ୫ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ନେଇଥିବା ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି | ସୂଚନା ମୁତାବକ କେସିଙ୍ଗା ବ୍ଲକ ଫଟକାମାଲ ପଞ୍ଚାୟତ ତେନ୍ତୁଳିପଡ଼ା ଗ୍ରାମର ପ୍ରତାପ କୁମାର ସା, ଓ ତାଙ୍କ ସ୍ତ୍ରୀ ପ୍ରତିଭା ସା ଶୋଇଥିବା ସମୟରେ

ଗତକାଲି ରାତି ୧ ଟା ସମୟରେ ଡକାୟତ ମାନେ ଘର ଭିତରକୁ ପଶି କବାଟ ଭାଙ୍ଗି ଦୁଇଜଣଙ୍କୁ ଛୁରୀରେ ଆଘାତ କରି ତାଙ୍କ ୩ ଓ ୭ ବର୍ଷର ଦୁଇଟି ଝିଅଙ୍କୁ ବି ଆଘାତ କରି ଗୋଟିଏ ରୁମ ଭିତରେ ସମସ୍ତଙ୍କୁ ବନ୍ଦ କରି ଘରୁ ସୁନା ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଆଜି ସକାଳ ସମୟରେ ସ୍ୱାମୀ ଓ ସ୍ତ୍ରୀ ଝରକା ପଟୁ ଲୋକମାନଙ୍କୁ ଡାକି କବାଟ ଖୋଳାଇଥିଲେ | ବାହାରକୁ ବାହାରି ଭବାନୀପାଟଣା ସଦର ଥାନାକୁ ଘଟଣା ବିଷୟରେ ଜଣାଇବା ପରେ ଘଟଣା ସ୍ଥଳରେ ସଦର ଥାନା ପୋଲିସ ଓ କର୍ଲାପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।