ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୫୫ ତମ ଜାତୀୟ ପ୍ରେସ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୧୬ ନଭେମ୍ବର , ମଙ୍ଗଳବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସ୍ତରୀୟ ୫୫ ତମ ପ୍ରେସ ଦିବସ ସ୍ଥାନୀୟ ବନଵସୀ ସେବା ସମିତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସାମ୍ବାଦିକ ମନୋରଞ୍ଜନ ରାୟ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ସତ୍ୟନାରାୟଣ ପାଢ଼ୀ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ଼.ସୁଶାନ୍ତ କୁମାର ଦାଶ, ସମ୍ମାନିତ ଅତିଥି ଭାବେ ନାରାୟଣ ଚୌଧୁରୀ ଯୋଗ ଦେଇଥିଲେ |

କରୋନା ସମୟରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିବାବେଳେ ଆଜିର ଦିନ ପ୍ରେସ ଦିବସ ରେ ସାମ୍ବାଦିକଙ୍କ ଏକତା ରହିବା ଆବଶ୍ୟକ ଓ ଆଜିର ଦିନରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ସୁଶାନ୍ତ କୁମାର ଦାଶ ମତ ରଖିଥିଲେ |

ସାମ୍ବାଦିକ ସନ୍ତୋଷ କୁମାର ଦାସ ଅତିଥି ମାନଙ୍କର ପରିଚୟ ସହ ସ୍ୱାଗତ କରିଥିବା ବେଳେ ସାମ୍ବାଦିକ ଭଗବତୀ ପ୍ରସାଦ ସାବତ ଅତିଥି ମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ | ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ କରତାଳି ଦେଇ ସଭା ସାଙ୍ଗ କରିଥିଲେ |