ଡିସୌଜାସ୍ ସ୍କୁଲ  ଏବଂ ମଦର୍ସ ପବ୍ଲିକ ସ୍କୁଲ ମଧ୍ୟରେ ମିଳିତ ସହଭାଗିତାର ଘୋଷଣା

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ନଭେମ୍ବର , ସୋମବାର ) ଭୁବନେଶ୍ୱର :- ଚଳିତ ନଭେମ୍ବର ୧୪ ତାରିଖ ଦିନ ଡିସୌଜାସ୍ ସ୍କୁଲ ଅଡିଟୋରିୟମ, ସେକ୍ଟର ୨, ରାଉରକେଲା ଠାରେ ଡିସୌଜାସ୍ ସ୍କୁଲ ରାଉରକେଲା ଏବଂ ୟୁନିଟ ୱାନ ଭୁବନେଶ୍ୱର ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ ମଧ୍ୟରେ ଏକ ମିଳିତ ସହଭାଗିତା ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଏହି ସମୟରେ ଶ୍ରୀ ଆଲେକ୍ସାଣ୍ଡର ଡିସୌଜା(ଡିସୌଜା ସ୍କୁଲର ଅଧ୍ୟକ୍ଷ), ଆନାବେଲ୍ ଡିସୌଜା(ଯୁଗ୍ମ ଅଧ୍ୟକ୍ଷା ଡିସୌଜା ସ୍କୁଲ), ପୋଲି ପଟ୍ଟନାୟକ(ପ୍ରତିଷ୍ଠାତା କରିକୁଲାମ ଅଧ୍ୟକ୍ଷା ଏମପିଏସ), ଶ୍ରୀଜିତ ପଟ୍ଟନାୟକ (ନିର୍ଦ୍ଦେଶକ ଏମପିଏସ), ଆଶା ଟିଆର(ଉପାଧ୍ୟକ୍ଷ ଏମପିଏସ) ପ୍ରମୁଖ ଉପସ୍ଥିତ ରହିଛନ୍ତି । ଏହା ପର ଠାରୁ ଏହି ସ୍କୁଲ ଡିସୌଜାସ୍ ମଦର ପବ୍ଲିକ ସ୍କୁଲ ନାମରେ ପରିଚିତ ହେବ, ଯାହାକି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇ ପାଠ୍ୟକ୍ରମର ଅନୁସରଣ କରିବ । ଅଭିଭାବକ ଏବଂ ଶିକ୍ଷକମାନେ ଡିସୌଜାସ୍ ସ୍କୁଲ ଏବଂ ମଦର ପବ୍ଲିକ ସ୍କୁଲ ମଧ୍ୟରେ ହୋଇଥିବା ଏହି ନୂଆ ପ୍ରୟାସକୁ ଆନ୍ତରରୁ ପ୍ରଶଂସା କରିଛନ୍ତି ା

ଏହି ଅବସରରେ ନିଜର ମତ ରଖି ଶ୍ରୀ ଆଲେକ୍ସାଣ୍ଡର ଡିସୌଜା କହିଛନ୍ତି ଯେ, “ଡିସୌଜାସ୍ ସ୍କୁଲ ରାଉରକେଲା ଏବଂ ମଦର୍ସ ପବ୍ଲିକ ସ୍କୁଲ ଭୁବନେଶ୍ୱର ମଧ୍ୟରେ ଏହି ଶିକ୍ଷାଗତ ସହଭାଗିତା ପାଇଁ ମୁଁ ବହୁତ ଖୁସି । ମଦର୍ସ ପବ୍ଲିକ ସ୍କୁଲର ସୁନାମ, ପ୍ରତି ବର୍ଷ ସେମାନଙ୍କର ଦୀପ୍ତିମାନ ଏକାଡେମିକ ପ୍ରଦର୍ଶନ ଏବଂ ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପକୁ ଦେଖିଲେ ମୁଁ ଏହାଠାରୁ ଏକ ଉତମ ସହଭାଗିତା ବିଷୟରେ ଚିନ୍ତା କରିପାରିନଥାନ୍ତି ।” ଆନାବେଲ୍ ଡିସୌଜା କହିଛନ୍ତିଯେ, “ଡିସୌଜାସ୍ ସ୍କୁଲ ଏବଂ ମଦର୍ସ ପବ୍ଲିକ ସ୍କୁଲ ମଧ୍ୟରେ ଏହି ସହବନ୍ଧନକୁ ନେଇ ମୁଁ ଅତ୍ୟନ୍ତ ଆନନ୍ଦିତ, ଯାହାକି ସମାନ ଚିନ୍ତାଧାରା ବିଶିଷ୍ଟ ଶିକ୍ଷାବିତ୍‌ମାନଙ୍କର ଏକ ସଂଘ !” “ଡିସୌଜାସ୍ ସ୍କୁଲ ରାଉରକେଲା ସହିତ ଯୋଡ଼ି ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଗୌରବାନ୍ୱିତ ଅନୁଭବ କରୁଛି । କାରଣ ଏହା ରାଉରକେଲାର ସର୍ବ ପୁରାତନ ସ୍କୁଲ ଅଟେ ଏବଂ ଆମର ଏକ ସାଧାରଣ ଦୃଷ୍ଟିକୋଣ ଏବଂ ନୈତିକତା ରହିଛି । ଆସନ୍ତା ବର୍ଷ ଗୁଡ଼ିକରେ ଏହି ବିଦ୍ୟାଳୟ ଆହୁରି ବିକଶିତ ହେବ ।” ବୋଲି ଶ୍ରୀମତି ପୋଲି ପଟ୍ଟନାୟକ ମତ ଦେଇଛନ୍ତି । ସେହିଭଳି ଶ୍ରୀ ଶ୍ରୀଜିତ ପଟ୍ଟନାୟକ କହିଛନ୍ତିଯେ, “ମୋର ଲକ୍ଷ୍ୟ ହେଉଛି ଯେତେ ସମ୍ଭବ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା । ଏହି ନୂଆ ସହବନ୍ଧନ ସହିତ ରାଉରକେଲାରେ ମୁଁ ଏହି ସୁଯୋଗ ପାଇପାରିଛି ।”