ଭାରତୀୟ ସ୍କାଉଟ,ଗାଇଡ୍ସର ଜାତୀୟ ଉପସଭାପତି ହେଲେ ଡ଼ଃ କାଳୀ ପ୍ରସାଦ

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ନଭେମ୍ବର , ସୋମବାର ) ଖୋର୍ଦ୍ଧା-ଜଟଣୀ :- ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ୍ସ ସଙ୍ଗଠନର ରାଜ୍ୟମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡ଼ଃ କାଳୀ ପ୍ରସାଦ ମିଶ୍ରଙ୍କ ସମଗ୍ର ଭାରତ ବର୍ଷର ସ୍କାଉଟ, ଗାଇଡ୍ସ ର ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ତା’ଙ୍କୁ ଭାରତ ସ୍କାଉଟ ଏବଂ ଗାଇଡ଼ର ଜାତୀୟ କାର୍ଯ୍ୟାଳୟ ନୂଆଦିଲ୍ଲୀ ତରଫରୁ ଷଷ୍ଠ ଥର ପାଇଁ ଜାତୀୟ ଉପସଭାପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ କରାଯାଇଛି ।

ପ୍ରକାଶ ଯୋଗ୍ୟ ଶ୍ରୀ ମିଶ୍ର ଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ପୂର୍ବରୁ ଡ଼ଃ ମିଶ୍ର ଜାତୀୟ ସ୍ତରରେ ସ୍କାଉଟ ଓ ଗାଇଡ଼ର ସର୍ବୋଚ୍ଚ ପୁରସ୍କାର “ରଜତହସ୍ତୀ” ୧୯୯୦ ମସିହାରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ପାଟିଲଙ୍କ ଠାରୁ ୨୦୧୦ ମସିହାରେ ଲାଭ କରିଛନ୍ତି ।

ସେହିପରି ଉଲେଖନୀୟ ବିକାଶନ୍ମୁଖୀ କାର୍ଯ୍ୟ ସମ୍ପାଦନ ନିମନ୍ତେ ଆନ୍ତର୍ଜାତୀୟ ବ୍ୟବସାୟିକ ପରିଷଦ ତରଫରୁ ଭାରତରତ୍ନ (jewel of india) ସମ୍ମାନରେ ସମ୍ମାନିତ କରାଯାଇଛି । ଆସାମର ରାଜ୍ୟପାଳ ଶ୍ରୀଯୁକ୍ତ ଏଲ ମିଶ୍ରଙ୍କ ଠାରୁ ୧୯୯୩ ମସିହାରେ National Integration Award ମଧ୍ୟ ପାଇଛନ୍ତି । ଏହି ଖବର ଜଣାପଡିବା ପରେ ବିଭିନ୍ନ ମହଲରୁ ଡ଼ଃ ମିଶ୍ରଙ୍କୁ ଜ୍ଞାପନ କରାଯାଇଛି ।