କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଭିନ୍ନ ଓ ପାରମ୍ପରିକ ନିଆରା ଯାତ୍ରା – ଜୀବନ ସାଥିବାଛିବାର ଫୁଲ ଯାତ୍ରା

ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ରବିବାର ) କୋରାପୁଟ :- କୋରାପୁଟ ଜିଲାର ଏକ ଭିନ୍ନ ଓ ପାରମ୍ପରିକ ଯାତ୍ରା, ଜୀବନ ସାଥିବାଛିବାର ନିଆରାଯାତ୍ରା,ଲକ୍ଷ୍ମୀପୁର ବ୍ଲକର ଫୁଲ ଯାତ୍ରା । ଲକ୍ଷ୍ମୀପୁର ବ୍ଲକର ଆଦିମ ଜନଜାତି କୁଇ ସମ୍ପ୍ରଦାୟର ଜୀବନ ସାଥୀ ବାଛିବାର ଏହା ଏକ ଏକ ଅନନ୍ୟ ଓ ନିଆରା ପାରମ୍ପରିକ ଯାତ୍ରା । ଏହି ଯାତ୍ରା ଦୀପାବଳି ଯିବାର ସପ୍ତାହକ ପରେ ପଡୁଥିବା ଶନିବାର ହିଁ ଅନୁଷ୍ଠିତ ହୋଇଥାଏ । ଏହି  ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ବିରିଗୁଡା ନିକଟବର୍ତ୍ତୀ ଏକ ଆମ୍ବ ତୋଟାରେ ନିକଟରେ କାହିଁ କେଉଁ କାଳରୁ ଅନୁଷ୍ଠିତ ହୋଇଆସୁଛି । ଏହାକୁ କୁଇ ସମ୍ପ୍ରଦାୟର ଲୋକମାନେ ଏହି  ପାଳନ କରି ଥା’ନ୍ତି । ଯାତ୍ରାରେ ବିଭିନ୍ନ ରକମର ଘର କରଣା ସାମଗ୍ରୀ ସହିତ ଲିଆ ଖଜା, ଶିମିଳି କନ୍ଦା ନିହାତି ମିଳିଥାଏ ।  

ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି କନିଆଁ ବା (ଧାଙ୍ଗଡ଼ି) ଝିକା । ଆଦିବାସୀ ଯୁବକ ଯୁବତୀ ଯେଉଁ ମାନେ କି ନିଜ ଗାଁ’ରେ ଏପରିକି ଗୋଟିଏ ଗାଁର  ଯୁୁୁବକ ମାନେ ମିଶି ଅନ୍ୟ ଏକ ଗାଆଁ କୁ  ଯାଇଥା’ ନ୍ତି ଧୁନ୍ଦୁଣି (ଗୀତ) ଗାଇବା ପାଇଁ । ସେହି ଠାରୁ ହିଁ  ସେମାନେ ଜୀବନ ସାଥି ବାଛି ଥାଆ’ନ୍ତି । ଏପରିକି ମନ ଦିଆନିିଆ ହୋଇ କେତେକଙ୍କ ଘର ଲୋକମାନେ ତାହାକୁ ସ୍ବୀକୃତି ଦେଇଥା’ ନ୍ତିତ ଆଉ କେହି କେହି ତାହାକୁ ବିରୋଧ କରିଥାନ୍ତି । ଏହି  କ୍ଷେତ୍ରରେ ସେମାନେ ପୁୁର୍ବରୁ ସଲାସୁତୁରା ହୋଇ ଥାଆ’ନ୍ତି । ଯାତ୍ରା  ଦେଖିବାକୁ ଆସୁଥିବା ଯୁବତୀ କୁ ଭଲପାଉଥିବା ଯୁବକଙ୍କ ସାଙ୍ଗ ମାନେ ସୁଯୋଗ ଦେଖି ସେଠାରୁ ଝିକିି ନିଅନ୍ତି । ଯେଉଁଥିପାଇଁ ଏହି  ଯାତ୍ରାକୁୁ କନିଆଁ ଝିକା ଯାତ୍ରା ବୋଲି କୁହାଯାଇଥାଏ । 

ଏହାଛଡ଼ା କେହି କେହି ପୂର୍ବରୁ ମଧ୍ୟ ଏକ ତରଫା ଭାବେ ଭଲ ପାଇ ବସିଥା’ନ୍ତି । ସେମାନେ ଏହି ଯାତ୍ରା ପାଇଁ ଦିନ ଗଣୁ ଥା’ ନ୍ତି ରହିଥାନ୍ତି । ଯୁବତୀ ଜଣକ ସାଥୀ ମେଳରେ ଯାତ୍ରା ଦେଖିବାକୁ ଆସୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଯୁବକର ସାଙ୍ଗ ମାନଙ୍କ ସହଯୋଗରେ ସୁଯୋଗ ଦେଖି ଝିକି (ଟାଣି) ନିଅନ୍ତି । ସେହି ଯୁବତୀଙ୍କୁ ନେଇ ଯୁବକଙ୍କ ଗାଁରେ ଏକ ଘରେ ରଖନ୍ତି । ଯେଉଁଠାରେ କି ଗାଁ ର ଯୁବତୀ ମାନେ ତାକୁ ଜଗି ବା ସହିତ ଗପସପ କରି ମନ ଜିଣିବା ପାଇଁ ଚେଷ୍ଟା କରିଥାନ୍ତି । 

ତା’ଛଡ଼ା ଯୁବତୀ ଜଣକ ପରିବାର ଲୋକଙ୍କ ସହିତ ଆଲୋଚନା ହୋଇଥାଏ ।   ପ୍ରାୟ ସପ୍ତାହେ ଧରି ଏହି ପରି ଭାବରେ ରଖାଯାଇଥାଏ । ଏହି ସମୟ ମଧ୍ୟରେ ଯଦି ଯୁବତୀ ଜଣକ ମନ ବଦଳେ ଅବା ବିବାହ ପାଇଁ ସମ୍ମତି ମିଳେ ତା’ ହେଲେ ସମ୍ପୃକ୍ତ ଯୁବକଙ୍କ ସହିତ ତା’ ର ବାହାଘର ହୋଇଥାଏ । ନତୁବା ତାଙ୍କ ଗ୍ରାମର ମୁରବି ତୁଲ୍ୟ ଲୋକ ମାନଙ୍କୁ ଡାକି ତାଙ୍କ ଜୀମା ଦିଆଯାଇ ବାହୁଡ଼ାଇ (ଫେରାଇ) ଦିଆଯାଇଥାଏ । ପୁର୍ବରୁ ଏହି ଯାତ୍ରାରେ ବହୁ ସଂଖ୍ୟାରେ କନିଆଁ ଝିକା  “, ଏପରିକି ଇଛା ବିରୁଦ୍ଧରେ ଏହି ପରି କନିଆଁ ଝିକା ସମୟରେ ମାରପିଟ ସହିତ ଗଣ୍ଡଗୋଳର ସୂତ୍ରପାତ ହୋଇଥାଏ । ଯେଉଁଥିପାଇଁ ସ୍ଥାନୀୟ ପୁଲିସ ପକ୍ଷରୁ ଆଇନ ଶୃଙ୍ଖଳା ପାଇଁ ବନ୍ଦୋବସ୍ତ କରାଯାଇଥାଏ ।

ଏହି ଯାତ୍ରା ଦେଖିବାକୁ ଅବିଭକ୍ତ କୋରାପୁଟ  ଜିଲ୍ଲାର କାଶୀପୁର ସମେ ରାୟଗଡା, ଦଶମନ୍ତପୁର, ନାରାୟଣପାଟଣା, ବନ୍ଧୁଗାଁ ଆଦି ଅଞ୍ଚଳରୁ ଲୋକମାନେ ପିଲା ଛୁଆ ଧରି ଯାତ୍ରା ଦେଖିବାକୁ ଆସିଥାନ୍ତି ।  ଏହି ଯାତ୍ରା କାହିଁ  କେଉଁ କାଳରୁ ଏହି ଆମ୍ବତୋଟା ନିକଟରେ ଅନୁଷ୍ଠିତ ହୋଇଆସୁଛି । ଯାତ୍ରା ଦିନ ବିରିଗୁଡା ଗ୍ରାମର ଯାନୀଙ୍କ ଘରୁ ଏକ ପ୍ରଜ୍ବଳିତ ଦ୍ବୀପ ଗୁଡି ନିକଟକୁ ଶୋଭାଯାତ୍ରାରେ ଅଣାଯାଇଥାଏ । ଏଠାରେ ବେଜୁଣୀ ଯାନୀଙ୍କ ଦ୍ବାରା ପୂଜାରେ  ନଡିଆ, କଦଳି ଭୋଗ ସହିତ ଛେଳି କୁକୁଡା ବଳି ଦିଆଯାଏ । ପୁର୍ବରୁ ଏହି ଯାତ୍ରାରେ ବହୁସଂଖ୍ୟକ କନିଆଁ ଝିକା ହେଉଥିଲା । ସେହିପରି ଗତ ବର୍ଷ ଏକାଧିକ କନିଆଁ ଝିକା ହୋଇ ଥିବା ବେଳେ ଥାନା କୁ ଗୋଟିଏ ମାମଲା ଆସି ଥିଲା । ତେବେ ଚଳିତ ବର୍ଷ ସେ ସମ୍ପର୍କରେ କିଛି ସୂଚନା ମିଳି ନାହିଁ ।