ପ୍ରଶ୍ନ ଉଠୁଛି, ମନ୍ତ୍ରୀ ମିଛ କହିଥିଲେ ନା ଏଏସ୍‌ଆଇ କର୍ତ୍ତୃପକ୍ଷ ଷଡ଼ଯନ୍ତ୍ର

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) କୋଣାର୍କ :- କୌଣସି ଏକ ସରକାରୀ ବୈଠକ ବସିଲେ ମନ୍ତ୍ରୀ ବାହାରକୁ ଆସି ଗଣମାଧ୍ୟମରେ ବିବୃତି ଦିଅନ୍ତି । ସେହି ବିବୃତି ଗଣମାଧ୍ୟମରେ ଶିରୋନାମା ପାଲଟେ । କିନ୍ତୁ ବାସ୍ତବତା ଭିନ୍ନ । ମନ୍ତ୍ରୀଙ୍କ ବିବୃତି ଗୋଟିଏ ବାଟରେ … ବୈଠକର ନିଷ୍ପତ୍ତି ତା’ ବାଟରେ ।

କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ସଂକ୍ରାନ୍ତରେ ତିନି ବର୍ଷ ତଳେ ହୋଇଥିବା ଏକ ବୈଠକରୁ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଯାହା ଯାହା ଗଣମାଧ୍ୟମରେ କହିଥିଲେ, ତାହା ବୈଠକର ବିବରଣୀରେ ନାହିଁ ।

ସବୁ ଗଣମାଧ୍ୟମରେ ମନ୍ତ୍ରୀଙ୍କ ବିବୃତିକୁ ବେଶ୍‌ ଗୁରୁତ୍ବ ଦିଆଯାଇ ପ୍ରସାରଣ କରାଗଲା ।  କିନ୍ତୁ ତିନି ବର୍ଷ ପରେ କାର୍ଯ୍ୟକାରିତା ଶୂନ । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ପ୍ରସ୍ତୁତ ହୋଇଥିବା ସେହି ବୈଠକର ବିବରଣୀରେ ମନ୍ତ୍ରୀଙ୍କ ଘୋଷଣା ସ୍ଥାନ ପାଇନି । ପ୍ରଶ୍ନ ଉଠୁଛି, ମନ୍ତ୍ରୀ ମିଛ କହିଥିଲେ ନା ଏଏସ୍‌ଆଇ କର୍ତ୍ତୃପକ୍ଷ ଷଡ଼ଯନ୍ତ୍ର କରି ବିବରଣୀରୁ ସେହି ନିଷ୍ପତ୍ତିକୁ ବାଦ୍ ଦେଇଥିଲେ…?