ଆଦିମଅଧିବାସୀଙ୍କ ପାଇଁ ଅର୍ଥ ଉପାର୍ଜନର ଏକ ମାଧ୍ୟମ ଅନାବଶ୍ୟକବଜ୍ରମୂଳି

ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) କୋରାପୁଟ :- ଆଦିମ ଅଧିବାସୀ ଙ୍କ ପାଇଁ ଅର୍ଥ ଉପାର୍ଜନର ଏକ ମାଧ୍ୟମ; ଅନାବଶ୍ୟକ ‘ବଜ୍ରମୂଳି’ ପଡ଼ିଆ ଓ ଜଙ୍ଗଲରେ ଉଠିଥିବା ଅନାବଶ୍ୟକ ‘ବଜ୍ରମୂଳି’ ଆଦିବାସୀ ମାନଙ୍କ ପାଇଁ ଅର୍ଥ ଉପାର୍ଜନ କରିବାରେ ରାହା ଯୋଗାଇଛି । ବିଶେଷ କରି ଉପକୂଳ ଅଂଚଳରେ ଏହାକୁ କେହି ପଚାରନ୍ତି ନାହିଁ । କାହିଁ କି ନା ସେ ସବୁ ଜିଲାମାନଙ୍କରେ ନଡ଼ିଆ ଗଛ ପ୍ରଚୁର ଥିବାରୁ ନଇିଆ ପତ୍ରର ପିଞ୍ଛରେ ପହଁରା ପ୍ରସ୍ତୁତ କରି ତାହକୁ ଦାଣ୍ଡ ଓଳାଇବା ପାଇଁ ଅବା ପହଁରିବା ପାଇଁ ବ୍ୟବହାର କରିଥା’ନ୍ତି । କିନ୍ତୁ ଅବିଭକ୍ତ କୋରାପୁଟ ଜିଲାରେ ନଡ଼ିଆ ଗଛ ସେଭଳି ନାହିଁ, ଫଳରେ ଅନାବନା ଗଛ ପରି ପଡ଼ିଆରେ ହେଉ ଅବା ଜଙ୍ଗଲରେ ପ୍ରଚୁର ମାତ୍ରାରେ ଉଠିଥିବା ବଜ୍ରମୁଳିକୁ ସଂଗ୍ରହ କରି ଆଦିମ ଅଧିବାସୀ ମାନେ ପହଁରା ଭଳି ପ୍ରସ୍ତୁତ କରି ଲକ୍ଷ୍ମୀପୁରରେ ବିକ୍ରକରି ଦିପଇସା ରୋଜଗାର କରିବା ସହିତ ଲୋକମାନଙ୍କ ଚାହିଦାକୁ ପୂରଣ କରୁଛନ୍ତି । କୋରାପୁଟ ଜିଲା

ଲକ୍ଷ୍ମୀପୁର -ନାରାୟଣପାଟଣା ସୀମାନ୍ତ ଅଂଚଳର ମୁର୍ଲାପୁଟ , କେରିମିଟି, ପାଲୁର, ଯୋଗୀପାଲୁର, ଆଦି ଗାଁ,ର ଆଦିମ ଅଧିାସୀ ମାନେ ବଜ୍ର ମୁଳିରେ ପ୍ରସ୍ତୁତ ପହଁରା କୁଇ ଭାଷାରେ (ଗେରେଡ଼ା) ବୋଲି କହନ୍ତି ତାକୁ ଆଣି ଲକ୍ଷ୍ମୀପୁରରେ ମୁଣ୍ଡରେ ବୋହି ବଜାର ଓ ସାହି ସାହିରେ ବୁଲିବୁଲି ବିକ୍ରି କରିଥାନ୍ତି । ବିଶେଷ କରି କାର୍ତିକ ମାସ ଆରମ୍ଭରୁ ବିଶେଷ କରି ପଂଚୁକ ପୂର୍ବରୁ ଏହାର ଆବଶ୍ୟକ ହୋଇଥାଏ । କାରଣ କାର୍ତିକ ମାସସାରା ଓ କେହି କେହି ପଂଚୁକ ଆରମ୍ଭରୁ ଘରର ଦାଣ୍ଡ ସବୁକୁ ଗୋମୟ ପକା ପହଁରି ଥା’ନ୍ତି । ସେହିପରି ଫଷଲ ଅମଳ ପୁର୍ବରୁ ଧାନ ହେଉ ଅବା ମାଣ୍ଡିଆ, ସୁଆଁ ଅମଳ କରିବା ପାଇଁ ଖଳା ପ୍ରସ୍ତୁତ କରି ତାହାକୁ ଓଳାଇ ଗୋବରରେ ଏହି ବଜ୍ରମୁଳିରେ ପ୍ରସ୍ତୁତ ଝାଡ଼ୁ

ସାହଯ୍ୟରେ ଓଳାଇ ଥା’ନ୍ତି । ଯେଉଁଥି ପାଇଁ ଏହାର ଚାହିଦା ଏହି ସମୟରେ ଅଧିକ ହୋଇଥାଏ । କୋରାପୁଟ ଜିଲ୍ଲାରେ ନଡ଼ିଆ ପିଞ୍ଛର ଝାଡ଼ୁ ମିଳୁ ଉପଲବ୍ଧ ହୁଏ ନାହିଁ ଫଳରେ ଦାଣ୍ଡ ପହଁରା ଠାରୁ ଧାନ ଖଳା ଓଳାଇବା ପର୍ଯ୍ୟନ୍ତ ଏହାର ଆବଶ୍ୟକ ହୋଇଥାଏ । ଏଗୁଡ଼ିକ ବିକ୍ରିପାଇଁ ଆସିଲେ ସ୍ଥାନୀୟ ଅଂଚଳର ମହିଳା ମାନେ ଏହାକୁ ଆଗ୍ରହର ସହିତ ବର୍ଷକ ପାଇଁ ଖର୍ଦ୍ଦିକରି ରଖନ୍ତି । ମୁଠା ପ୍ରତି ଏହା ୫ ଟଙ୍କା ରେ ବିକ୍ରି ହେଉଥିବା ବେଳେ ବର୍ତମାନ ୧୦ଟଙ୍କା ଲେଖାରେ ବିକ୍ରି ହେଉଛି । ଏହାର ପ୍ରସ୍ତୁତର ପ୍ରଣାଳି’ ପ୍ରଥମେ ବଜ୍ରମୁଳି ଗୁଡ଼ିକୁ ପଡ଼ିଆ ଓ ଜଙ୍ଗଲରୁ ରୁ କାଟି ଆଣିବା ପରେ ତାହାକୁ ୧/୨ ଦିନ ଖରାରେ ଶୁଖାଇଥାନ୍ତି । ତା’ପରେ ସେଗୁଡ଼ିକଶିଆଳି ଲଈରେ ବିଡ଼ାବାନ୍ଧି ମୁଠା କରି ବିକ୍ରିପାଇଁ ଆଣିଥା’ନ୍ତି ।