ଅମ୍ବିକା ଫାଉଣ୍ଡେସନର ୭ମ ବାର୍ଷିକ ଉତ୍ସବ – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ୍ (୦୬ ନଭେମ୍ବର ଶନିବାର ) ଭୁବନେଶ୍ୱର :- ଭୁବନେଶ୍ୱର ଝାରପଡ଼ାସ୍ଥିତ ମଧୁରମୟୀ ଶିକ୍ଷାନିକେତନ ବାଳାଶ୍ରମରେ ଅମ୍ବିକା ଫାଉଣ୍ଡେସନର ସପ୍ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ, ଶ୍ରୀମତୀ ବିଜୟଲକ୍ଷ୍ମୀ କର, ଶ୍ରୀମତୀ ମମତା ବାଜପେୟୀ, ସୁଶ୍ରୀ ନିରୋଜାଲକ୍ଷ୍ମୀ ମହାପାତ୍ର, ସମାଜସେବୀ ପ୍ରତାପ ସାହୁ, ରଞ୍ଜନ ମହାପାତ୍ର, ବିଦୁସ୍ମିତା ମନ୍ତ୍ରୀ, ଶ୍ରୀଜିତ୍‌, ତନୁଶ୍ରୀ,ଜାପାନୀ ଭାଇ, ଅଭିନନ୍ଦନ ଦାସ

ରେଷ୍ମାଞ୍ଜଳି, ଆରୀୟନ, ଅଭିନନ୍ଦା, ତ୍ରିନାଥ ମହାରଣା, ଆଲୋକ, ପୂର୍ଣ୍ଣେନ୍ଦୁ, ରାହୁଲ ଏବଂ ପଦ୍ମ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ କୁନି କୁନି ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ କୃ୍‌ତିତ୍ୱ ଅଜର୍ନ କରିଥିବା ତିନିଜଣ ଲେଖାଏଁ ପିଲାଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରପି ପ୍ରଦାନ କରାଯାଇଥିଲା । ଏଥିସହିତ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନର ଆୟୋଜନ ମଧ୍ୟ କରାଯାଇଥିଲା ।

ଟ୍ରଷ୍ଟର ଅଧ୍ୟକ୍ଷା ଡ. ଅମ୍ବିକା ମହାରଣା ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଦୁଃଖୀ ଓ ଭୋକିଲାଙ୍କ ମୁହଁରେ ମୁଠେ ଦାନା ଦେଇ ହସ ଫୁଟାଇବା ଅନୁଷ୍ଠାନର ଏକମାତ୍ର ଲକ୍ଷ୍ୟ । ଦିନେ ନା ଦିନେ ଏହି କୁନି ପିଲାମାନେ ଆମ ଦେଶର ଟେକ ରଖିବେ । ଏହି ଅବସରରେ

ପବିତ୍ର ଦୀପାବଳୀ ଉପଲକ୍ଷେ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ କଣ୍ଠଶିଳ୍ପୀ ମୀରା ମହାନ୍ତିଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଳା ଏବଂ ଶେଷରେ ଓଲିଉଡ଼ କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ସରକାରଙ୍କ କୋଭିଡ଼ ନିୟମ ପାଳନ କରାଯାଇ ଅନୁଷ୍ଠିତ ହୋଇଥିଲା ।