ଲକ୍ଷ୍ମୀପୁର ବ୍ଲକର କୁଟିଙ୍ଗାରେ ‘ମିଲେଟ ଶକ୍ତି’ ଜଳଖିଆ କେନ୍ଦ୍ର ଉଦ୍ଘାଟିତ : ମାଣ୍ଡିାରେ ପ୍ରସ୍ତୂତ ଉପଲ୍ୱ୍ ହେବ୧୬ ପ୍ରକାର ବ୍ୟଞ୍ଜନ

ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାରକୋରାପୁଟ :- ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁଟିଙ୍ଗା ଗ୍ରାମରେ ଏକ ‘ମିଲେଟ ମିଶନ ଶକ୍ତି’ ଜଳଖିଆ ଦୋକାନ ବୁଧବାର ଉଦ୍ଘାଟିତ ହୋଇଛି । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଅଧିନରେ ଥିବା କୋରାପୁଟ ଜିଲା ଆତ୍ମା ମିଶନ, ମିଶନ ଶକ୍ତି ଲକ୍ଷ୍ମୀପୁର, ଏବଂ ସିୱାଇଏସଡି ର ମିଳିତ ସହଯୋଗରେ ଉକ୍ତ କେନ୍ଦ୍ରଟି ଖୋଲା ଯାଇଛି । କୁଟିଙ୍ଗା ଉତ୍ପାଦକ ଦଳ ଓ ଜାଗରଣ ଉତ୍ପାଦକ କମ୍ପାନୀର ପୃଷ୍ଟ ପୋଷକତାରେ ଗୋଷ୍ଟୀଊନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟିତ କରିଥିଲେ ।

କୁଟିଙ୍ଗା ସରପଂଚ ନିରୂପମା ୱାଡେକା ଏଥିରେ ଅଧ୍ୟକ୍ଷତା କରିଥିଲେ । ଏଠାରେ ଅନ୍ୟ ଅନ୍ୟ ମାନଙ୍କ ମଧ୍ୟରେ ସମନ୍ୱିତ ଶିଶୁବିକାଶ ଅଧିକାର ସବିତା ସାହୁ,ପଂଚାୟତ ସମ୍ପ୍ରସାରଣ ଅଧିକାରୀ ସୁଧିର କୁାମାର ବେହେରା, ସହାୟକ କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ନାହାକ, ମିଶନଶକ୍ତି ପ୍ରକଳ୍ପ ସଂଯୋଜକ ରଜତ କୁମାର ବିଡ଼ିକା, ଓଡ଼ିଶା ଜୀବିକା ମିଶନ ସଂଯୋଜକ ପ୍ରକାଶ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ମୁଖ୍ୟ ଅତିଥି ଶ୍ରୀ ରଥ ବିଭିିନ୍ନ ଶଷ୍ୟ ଦ୍ୱାରା ପ୍ରସ୍ତୁତ ଜଳଖିଆ ଖାଇବା ଦ୍ୱାରା ପୃଷ୍ଟି ସାର ଓ ଗୁଣ ବତା ଉପରେ ସମ୍ପର୍କରେ ବୁଝାଇବା ସହିତ ଏହାର ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ । କୁଟିଙ୍ଗା ଉତ୍ପାଦକ ଦଳ ପକ୍ଷରୁ ଉକ୍ତ ଜଳଖିଆ କେନ୍ଦ୍ରରେ ମାଣ୍ଡିଆ ଲଡ଼ୁ, ସୁପ୍‌, ଜିଲାପି,ମୁଡ଼ୁକି, ବାରମଜା ଓ ମାଣ୍ଡିଆ ଚକୁଳି ସହିତ ୧୬ ପ୍ରକାର ବ୍ୟଞ୍ଜନ ଉପଲବ୍ଧ ହେବ ବୋଲି ଜଣା ଯାଇଛି । ପ୍ରଥମ ଦିନରେ ଏହି ସବୁ ବ୍ୟଞ୍ଜନ ସାଧାରଣ ଲୋକଙ୍କୁ ବଂଟନ କରାଯାଇଥିଲା ।

ସିୱାଇଏସଡି ଅନୁଷ୍ଠାନ ପକ୍ଷରୁ ଏଠାରେ ଅଜିତ କୁମାର ବିଷୋୟୀ, ଆଶିଷ ଜାଲି, ଚିତରଞ୍ଜନ ଗୌଡ଼, ମୁକ୍ତେଶ୍ୱର ବେହେରା, ଶ୍ୟାମସୁନ୍ଦର ବିଷୋୟୀ, ଟୀମା ମିଣିଆକା, କେତନ ମାଣ୍ଡିଙ୍ଗା, ତଥା ଜାଗରଣ ଉତ୍ପାଦକ କମ୍ପାନୀର ଅଧ୍ୟକ୍ଷା ସାବିତ୍ରୀ ପରଜା, ଦିର୍ଦ୍ଦେଶିକା ସୋନାଲି ମିଣିଆକା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।