ସମ୍ବଲପୁର ବିଶ୍ୱବିଦ୍ୟାଳୟ : ବିବିଏ ବୃତ୍ତିଗତ ଶିକ୍ଷା ପରୀକ୍ଷାରେ – ଇମ୍ପେରିଆଲ କଲେଜର ଛାତ୍ରୀ ଶଶି ଅଗ୍ରୱାଲ ୮.୮୮ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି 

ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାର) ବରଗଡ :- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ବିବିଏ ବୃତ୍ତିଗତ ଶିକ୍ଷା ପରୀକ୍ଷାରେ ଇମ୍ପେରିଆଲ କଲେଜର ଛାତ୍ରୀ ଶଶି ଅଗ୍ରୱାଲ ୮.୮୮ ଏସଜିପିଏ ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଏହା ସହ ତୃତୀୟ ସ୍ଥାନରେ ଇଶା ଧନୁକା ୮.୭୩ ଏସଜିପିଏ ଏବଂ ଦିବ୍ୟା ମୋଦୀ ୮.୭୦ ଏସଜିପିଏ ସହ ଚତୁର୍ଥ ସ୍ଥାନରେ ରହି ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇ ସଫଳତା ଲାଭ କରିଛନ୍ତି । ଏହି ସଫଳତା ପାଇଁ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।