ନିଶାସକ୍ତ ଅବସ୍ଥା ରେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ

ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାର) ବରଗଡ଼ :- ବରଗଡ଼ ଜିଲ୍ଲା ରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଲୁଟପାଟ, ଗଣ୍ଡଗୋଳ ନିତି ଦିନିଆ ଘଟଣାରେ ପରିଣତ ହେଲାଣି । ଆଜି ଦିନ ୧୨ ଟାରେ ଜନ ଗହଳି ପୂର୍ଣ୍ଣ ଗାନ୍ଧୀ ଛକ ଠାରେ ଜନୈକ ନିଶାସକ୍ତ ଯୁବକ ଉନ୍ମକ୍ତ କାଣ୍ଡ ଭିଆଉ ଥିବା ବେଳେ ସ୍ଥାନୀୟ ଲୋକେ ଉକ୍ତ ଛକ ଦେଇ ଭୟଭୀତ ହୋଇ ଥିଲେ ।

ଏସଂକ୍ରାନ୍ତରେ ସ୍ଥାନୀୟ ଲୋକେ ଟାଉନ ପୋଲିସ ଫୋନ୍ କରି ଜଣାଇବା ପରେ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଉନ୍ମକ୍ତ କାଣ୍ଡ ଭିଆଉ ଯୁବକର ହାବୁଡ଼ରେ ପଡ଼ିଥିଲେ । ଯୁବକ ଜଣକ ପୋଲିସ କୁ ଗାଲି ଗୁଲଜ କରିବା ସହ ଗୋଡ଼େଇ ଗୋଡ଼େଇ ମାଡ଼ ମାରି ଥିବା ଦେଖାଯାଇଥିଲା ।

ଉକ୍ତ ଯୁବକ କାବୁ କରିବାକୁ ପୋଲିସ ମାନେ ନାକେଦମ ହେବାକୁ ପଡ଼ିଥିଲା । ଶେଷରେ ପୋଲିସ ତାକୁ କାବୁ କରି ଥାନ କୁ ନେଇଥିଲେ । ଦୀର୍ଘ ସମୟ ଧରି ଜନଗହଳି ପୂର୍ଣ୍ଣ ଗାନ୍ଧୀ ଛକ ଠାରେ ବିଚ ରାସ୍ତା ରେ ଏଭଳି କାଣ୍ଡ ଚାଲିଥିବା ଯୋଗୁଁ ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଥିଲା ।