କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋଟର ସଚେତନତା ରଥର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାର) ଢେଙ୍କାନାଳ :- ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭୋଟର ତାଲିକା ସଂଶୋଧନ ଓ ପଞ୍ଜିକରଣ ପାଇିଁ ୨ଟି ରଥର ଶୁଭାରମ୍ଭ ହୋଈଯାଇଛି।ଯୋଗାଣ ଅଧିକାରି ସଞ୍ଜୟ କୁମାର ସାହୁ ପତାକା ଦେଖାଇ ଏହି ରଥ ଦ୍ବୟକୁ ଉଦ୍ଘାଟନ କରିଥିଲେ।ଏହି ୨ଟି ରଥ ବିଶେଷ କରି କାମାକ୍ଷାନଗର ଓ ପର୍ଜଙ୍ଗ ୨ଟି ନିର୍ବାଚନ ମଣ୍ଡଳିରେ ବୁଲିବା ନେଇ ସୂଚନା ରହିଛି। ଗତକାଲି ଠାରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ମାସେ ଧରି ଚାଲିବ ଏହି ଅଭିଯାନ ।

ଜାନୁଆରୀ ମାସ ୧ତାରିଖ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତି ମାନେ ଭୋଟର ତାଲିକାରେ ସାମିଲ ହେବେ । ଯେଉଁମାନେ ଯୋଗ୍ୟ ଭୋଟର ହୋଇଥିବେ କିନ୍ତୁ ସେମାନଙ୍କର ନାଁ ଭୋଟର ଲିଷ୍ଟରେ ନଥିବ କିମ୍ବା ଯେଉଁ ମାନେ ଭୋଟର ଲିଷ୍ଟରେ ସଂଶୋଧନ କରିବାକୁ ଚାହୁଁଥିବେ, ସେମାନେ ଏହି ସ୍ବତନ୍ତ୍ର ଅଭିଯାନର ଫାଇଦା ନେଇପାରିବେ। ତେବେ ଏଣିକି ଘରେ ବସି ଭୋଟର ଲିଷ୍ଟରେ ନିଜ ନାମ ସଂଶୋଧନ କରିପାରିବେ ଲୋକେ ।

ଚଳିତଥର ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଜନସାଧାରଣ ଏହାର ସୁବିଧା ନେଇପାରିବେ । ପୂର୍ବରୁ ଏହା ଅଫଲାଇନରେ କରାଯାଉଥିଲା । ତେବେ ଚଳିତଥର ସ୍ବତନ୍ତ୍ର ମୋବାଇଲ୍ ଆପ ଏବଂ ଓ୍ବେବସାଇଟ୍ ଜରିଆରେ ସମସ୍ତେ ଘରେ ବସି ଭୋଟର ଲିଷ୍ଟରେ ନିଜ ନାମ ସଂଶୋଧନ କରିପାରିବେ । ଏହା ପରେ ସରକାରୀ ଅଧିକାରୀ ମାନେ ଘରକୁ ଯାଇ କାର୍ଡ ଯୋଗାଇ ଦେବେ କିମ୍ୱା ସ୍ପିଡ଼ ପୋଷ୍ଟ ମଧ୍ୟମରେ ଘରକୁ ଭୋଟର କାର୍ଡ ପଠାଯିବ ।