ୟୁନାଇଟେଡ଼ ସ୍ପୋର୍ଟସ, ବରଗଡ଼ ରାଜ୍ୟ ଫୁଟବଲ ଚାମ୍ପିଅନ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅକ୍ଟୋବର ରବିବାର) ବରଗଡ :- ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ କ୍ଲବ ଫୁଟବଲ ପ୍ରତିଯୋଗିତା ରେ ବରଗଡ଼ ର ୟୁନାଇଟେଡ଼ ସ୍ପୋର୍ଟସ ଦଳ ଚାମ୍ପିଅନ ହୋଇଛନ୍ତି । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ଖେଳ ରେ ସ୍ପୋର୍ଟସ ହଷ୍ଟେଲ କଟକ ଦଳକୁ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି। (ଫାଓ) ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା ଏବଂ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ର ବିଭିନ୍ନ ପଡ଼ିଆରେ ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏନ ଆର ଆର ଆଇ ପଡ଼ିଆ ରେ ଆୟୋଜିତ ପ୍ରଥମ ସେମି ଫାଇନାଲ ଖେଳ ସ୍ପୋର୍ଟସ ହଷ୍ଟେଲ କଟକ ଦଳ ଓ ଭୁବନେଶ୍ୱର ୟୁନିଟ-୬ କ୍ଲବ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୨-୦ ଗୋଲରେ ସ୍ପୋର୍ଟସ ହଷ୍ଟେଲ କଟକ ଦଳ ବିଜୟୀ ହୋଇଥିଲେ। ସେହିପରି ୨ୟ ସେମି ଫାଇନାଲ ଖେଳ ସତ୍ୟ ବ୍ରତ ପଡ଼ିଆରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ, ବରଗଡ଼ ଏବଂ ଓଡ଼ିଶା ପୋଲିସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ବରଗଡ଼ ୧-୦ ଗୋଲରେ ବିଜୟୀ ହୋଇଥିଲେ