ଉତ୍କଳ ହସ୍ପିଟାଲ ପକ୍ଷରୁ ନୂଆ ‘ଷ୍ଟ୍ରୋକ ହେଲ୍‌ପଲାଇନ୍‌, ଷ୍ଟ୍ରୋକ ପାଥୱେ ଏବଂ କୋଡ୍ ଷ୍ଟ୍ରୋକର’ ର ଶୁଭାରମ୍ଭ

ଷ୍ଟ୍ରୋକ ରୋଗୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ ଅତ୍ୟାଧୁନିକ ସୁବିଧା -ଗୋଲ୍ଡେନ ୱିଣ୍ଡୋ ସମୟ ମଧ୍ୟରେ ସଠିକ ସମୟରେ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ଭୁବନେଶ୍ୱର :- ଓଡ଼ିଶାର ଏକ ଅଗ୍ରଣୀ ହସ୍ପିଟାଲ, ଉତ୍କଳ ହସ୍ପିଟାଲ ପକ୍ଷରୁ ଆଜି ଷ୍ଟ୍ରୋକ ରୋଗୀଙ୍କ ପାଇଁ ହସ୍ପିଟାଲ ମଧ୍ୟରେ ଏକ ନୂତନ ଉତ୍ସର୍ଗୀକୃତ ସେବା କାର୍ଯ୍ୟକ୍ଷମ କରାଯାଇଥିବା ନେଇ ଘୋଷଣା କରାଯାଇଛି । ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲାଗି ଏହି ହସ୍ପିଟାଲରେ ସର୍ବଶ୍ରେଷ୍ଠ ଡାକ୍ତରଙ୍କର ଏକ ଟିମ ରହିଛି । ବିଶ୍ୱ ଷ୍ଟ୍ରୋକ ଦିବସରେ ହପ୍ସିଟାଲ ଏହାର ନୂଆ ‘ଷ୍ଟ୍ରୋକ ହେଲପଲାଇନ୍‌, କୋଡ୍ ଷ୍ଟ୍ରୋକ ଏବଂ ଷ୍ଟ୍ରୋକ ପାଥୱେ’ ସୁବିଧାକୁ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରିଛି । ଯାହାଦ୍ୱାରା ଷ୍ଟ୍ରୋକ ରୋଗୀଙ୍କୁ ସଠିକ ସମୟରେ ଚିକିତ୍ସା ସୁବିଧା ଏବଂ ଧ୍ୟାନ ଦିଆଯାଇପାରିବ । ଏଭଳି କରିବା ଦ୍ୱାରା ମସ୍ତିଷ୍କକୁ କ୍ଷତି ପହଂଚିବା କାରଣରୁ ହେଉଥିବା କୌଣସି ପ୍ରକାରର ଅକ୍ଷମତା ଏବଂ ଅସୁସ୍ଥତାର ସମ୍ଭାବନାକୁ ଏଡ଼ାଇଦିଆଯିବ । ଏହି ସୁବିଧା ସହିତ ଉତ୍କଳ ହସ୍ପିଟାଲ ଗୁରୁତ୍ୱପୂର୍ଣ୍ଣ “୪.୫ ଘଂଟାର ଗୋଲ୍ଡେନ ୱିଣ୍ଡୋ ସମୟ”ରେ ଷ୍ଟ୍ରୋକ ରୋଗୀଙ୍କୁ ଫଳପ୍ରଦ ସେବା ଯୋଗାଇବାକୁ ପ୍ରସ୍ତୁତ ରହିଛି । ଏହି ଅବସରରେ ଡା. ଅମିତାଭ ରଥ, ନ୍ୟୁରୋଲୋଜି ବିଭାଗ ମୁଖ୍ୟ, ଉତ୍କଳ ହସ୍ପିଟାଲ କହିଛନ୍ତିଯେ, “ଉତ୍କଳ ହସ୍ପିଟାଲରେ ଷ୍ଟ୍ରୋକ ରୋଗୀଙ୍କ ପାଇଁ ଆମର ନୂତନ ଉତ୍ସର୍ଗୀକୃତ ସୁବିଧାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ ଏବଂ ଉତ୍ସାହିତ ।

ଆମର ଧ୍ୟାନ ୪.୫ ଘଂଟାର ଗୋଲ୍ଡେନ ୱିଣ୍ଡୋ ସମୟ ଉପରେ ରହିଛି । ଯଦି ସେହି ସମୟ ମଧ୍ୟରେ ଜଣେ ରୋଗୀ ଆସିଥାନ୍ତି, ତେବେ ରୋଗୀଙ୍କର ସମ୍ପୂର୍ଣ୍ଣ ସୁସ୍ଥ ହେବାର ବହୁତ ସମ୍ଭାବନା ରହିଥାଏ । ଏହା ସାଧାରଣତଃ ଜଣେ ରୋଗୀଙ୍କୁ ଷ୍ଟ୍ରୋକ ଆଘାତ କରିବା ପରର ୪.୫ଘଂଟାର ସମୟ ହୋଇଥାଏ । ଯଦି ଜଣେ ବ୍ୟକ୍ତି ଏହି ସୁବର୍ଣ୍ଣ ମୁହୁର୍ତରେ ହସ୍ପିଟାଲରେ ପହଂଚିବା ଏବଂ ଏହି ଗୁରୁତ୍ୱପୁର୍ଣ୍ଣ ସମୟରେ ସଠିକ ଚିକିତ୍ସା ହସ୍ତକ୍ଷେପ ହାତଛଡ଼ା କରିଦିଅନ୍ତି, ତେବେ ଉକ୍ତ ବ୍ୟକ୍ତିଙ୍କର ସ୍ଥାୟୀ ଅକ୍ଷମତା ହେବାର ଅଧିକ ସମ୍ଭାବନା ରହିଥାଏ ।” ସେ ଆହୁରି ମଧ୍ୟ କହିଛନ୍ତିଯେ, “ପ୍ରଭାବିତ ବ୍ୟକ୍ତିଙ୍କ ଠାରେ ହଠାତ ଦୃଷ୍ଟିଶକ୍ତି ସମସ୍ୟା ଦେଖାଦେବା, ଗୋଟିଏ ପାଶ୍ୱର୍କୁ ମୁହଁ ବଙ୍କେଇଯିବା, ଶରୀର ଅଧାଅଂଶରେ ଦୁର୍ବଳତା ଭଳି ଆହୁରି ଅନେକ ପ୍ରମୁଖ ସମସ୍ୟା ଦେଖାଦେଇଥାଏ । ଏହାବ୍ୟତୀତ ନିୟନ୍ତ୍ରଣ ସମସ୍ୟା, ରୋଗୀଙ୍କର ଜାବୁଡ଼ି ଧରିବାର କ୍ଷମତାରେ ସମସ୍ୟା ଏବଂ ଅନ୍ୟାନ୍ୟ ଷ୍ଟ୍ରୋକର ଅଳ୍ପକିଛି ଲକ୍ଷଣ । ଏହି ନୂତନ ସୁବିଧା ବିଷୟରେ ଡା ଆକାଶ ଗୁପ୍ତା, ନ୍ୟୁରୋଲୋଜିଷ୍ଟ ପରାମର୍ଶଦାତା କହିଛନ୍ତି ଯେ, “ଷ୍ଟ୍ରୋକ ମାମଲାର ସର୍ବୋତମ ସମାଧାନ ପାଇଁ ଆମକୁ ଜଣେ ହୃଦରୋଗ ବିଶେଷଜ୍ଞ(କାର୍ଡିଓଲୋଜିଷ୍ଟ), ଜଣେ ଗୁରୁତର ଚିକିତ୍ସା ବିଶେଷଜ୍ଞ, ସ୍ନାୟୁ ବିଶେଷଜ୍ଞ(ନ୍ୟୁରୋଲୋଜିଷ୍ଟ),

ଜଣେ ଜରୁରୀକାଳୀନ ଚିକିତ୍ସକ ଏବଂ ମନୁଷ୍ୟ ଶରୀରକୁ କମ୍ କ୍ଷତି ହେବା ସୁନିଶ୍ଚିତ କରିବା ଲାଗି ଏକ ଉତ୍ସର୍ଗୀକୃତ ଷ୍ଟ୍ରୋକ ଷ୍ଟାଫଙ୍କ ଭଳି ବିଭିନ୍ନ ବିଭାଗର ଯୋଗ୍ୟ ମେଡିକାଲ ଷ୍ଟାଫଙ୍କର ଏକ ଟିମ ଆବଶ୍ୟକ । ରାଜ୍ୟର ଅଧିକାଂଶ ମେଡିକାଲ ବ୍ୟବସ୍ଥାରେ ଷ୍ଟ୍ରୋକ ମାମଲାରେ ଏଭଳି ଉତ୍ସଗୀକୃତ ସେବାର ଅଭାବ ରହିଛି । ଉତ୍କଳ ହସ୍ପିଟାଲରେ ଆମେ ଆଜି ସେବା ଆରମ୍ଭ କରୁଛୁ, ଯାହା ଷ୍ଟ୍ରୋକ ରୋଗୀଙ୍କୁ ଏକ ସମନ୍ୱିତ ଜରୁରୀକାଳୀନ ଚିକିତ୍ସା ସହାୟତା କ୍ଷେତ୍ରରେ ସାହାଯ୍ୟ କରିପାରିବ ।” ଏହି ନୂତନ ସେବା-‘କୋଡ ଷ୍ଟ୍ରୋକ ସର୍ଭିସ” ଷ୍ଟ୍ରୋକ ପାଥୱେରେ ଏଭଳି ରୋଗୀଙ୍କ ପାଇଁ ଏକତ୍ର ଏକାଧିକ ବିଭାଗର ଷ୍ଟାଫଙ୍କୁ ଉପଲବ୍ଧତା କରାଇଥାଏ ଏବଂ ସେମାନଙ୍କ ପାଇଁ ସୁନିଶ୍ଚିତ ହୋଇଥିବା ସମସ୍ତ ଆବଶ୍ୟକୀୟ ସୁବିଧାଗୁଡ଼ିକର ଠିକ ସମୟର ହସ୍ତକ୍ଷେପ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ପ୍ରୟାସ କରାଯାଇଥାଏ ।

ରୋଗୀଙ୍କର ତୁରନ୍ତ ହସ୍ପିଟାଲ ସହ ଯୋଗାଯୋଗ ଏବଂ ପହଂଚିବା ସୁନିଶ୍ଚିତ କରିବା ଲାଗି ‘ଷ୍ଟ୍ରୋକ ହେଲପଲାଇନ (୭୮୯୪୮୬୫୧୮୪)ର ଶୁଭାରମ୍ଭ ହୋଇଯାଇଛି । ଷ୍ଟ୍ରୋକର ସ୍ନାୟୁଗୁଡ଼ିକୁ କ୍ଷତିଗ୍ରସ୍ତ କରିବାର ଗୁଣ ରହିଥାଏ ଯାହାକି ସ୍ୱାଭାବିକ ଭାବେ ପୁଣି ବଢ଼ିନଥାଏ । ଷ୍ଟ୍ରୋକ ରୋଗୀଙ୍କର ଜରୁରୀକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍କଳ ହସ୍ପିଟାଲରେ ଆମର ଉତ୍ସର୍ଗୀକୃତ ଆକ୍ୟୁଟ ଷ୍ଟ୍ରୋକ ବେଡ ରହିଛି । ଏଭଳି ମାମଲା ସହ ମୁକାବିଲା କରିବା ପାଇଁ ଏଠାରେ ଏମଆରଆଇ, ସିଟି-ସ୍କାନ ଭଳି ଏକ ୨୪/୭ ଘଂଟିଆ ରେଡିଓଲୋଜି ଏବଂ ଅନ୍ୟାନ୍ୟ ସେବା ଏବଂ ଜଣେ ରେଡିଓଲୋଜି ପରାମର୍ଶଦାତା ରହିଛନ୍ତି । ଆପାତକାଳୀନ ସେବା ବିଭାଗର ଡା ଅଭିନାଶ ମହାନ୍ତିଙ୍କ ସକ୍ରିୟ ତତ୍ୱାବଧାନ ତଥା ନ୍ୟୁରୋ- କ୍ରିଟିକାଲ କେୟାର ବିଶେଷଜ୍ଞ ଡା ରନ୍ଧୀର ମିତ୍ରଙ୍କ ସହିତ ଆମର ନ୍ୟୁରୋସର୍ଜନ ଡା ସିଦ୍ଧାର୍ଥ ସାହୁ ଆବଶ୍ୟକ ସ୍ଥଳେ ସଠିକ ଅସ୍ତ୍ରୋପଚାର ସୁନିଶ୍ଚିତ କରିଥାନ୍ତି ।