ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ବାଲିଗୁଡ଼ା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ ସଙ୍କୁଳ ସ୍ତରୀୟ ତ୍ରିଦିବସୀୟ ଶିବିର ଉଦଘାଟିତ ହୋଇଯାଇଛି । ପ୍ରଥମ ଉଦଘାଟନ ଉତ୍ସବରେ ବାଲିଗୁଡ଼ା ସହକାରୀ ଜିଲ୍ଲାପାଳ ହଳଧର ନାୟକ ମୁଖ୍ୟ ଅତିଥି ଭାବେ, ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ସଭାପତି ରେଡକ୍ରସ୍ ପତାକା ଉତ୍ତୋଳନ କରିଥିଲେ l ଜିଲ୍ଲା ସଂଯୋଜକ ଡ ବିଭୂତିଭୂଷଣ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଯୁବ ରେଡକ୍ରସ୍ ଶିବିର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବାର ଗୁରୁ ଦାୟିତ୍ଵ ସ୍ବେଛାସେବୀଙ୍କର ବୋଲି ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ ।

ଜିଲ୍ଲା ସଂଯୋଜକ ଉପସ୍ଥିତ ସମସ୍ତଙ୍କୁ ଶପଥପତ୍ର ପାଠ କରାଇଥିଲେ । କାଉନସେଲର ଦଣ୍ଡପାଣି ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଷୟିକ ତାଲିମ୍ ଶିବିର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ସୁର୍ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଅଭ୍ୟାସ ଓ ଉପଚାର ବିଶାରଦଙ୍କ ଭୂମିକା ପ୍ରଦର୍ଶନ କରାଇଥିଲେ ।

ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ରେଡକ୍ରସ୍ ର ଭିତ୍ତି ଭୂମିକା ଗଠନର ଉଦ୍ଦେଶ୍ୟ ପ୍ରଗତି କଥା ବୁଝାଇଥିଲେ । ଏହି ତିନି ଦିନିଆଁ ଶିବିରରେ ୩୦ ଜଣ ଶିବିରାର୍ଥୀ ସାରଙ୍ଗଡ, ତୁମୁଡ଼ିବନ୍ଧ, ରାଇକିଆ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ କାଉନସିଲରଙ୍କ ସହ ଏଥିରେ ଯୋଗ ଦେଇଛନ୍ତି ।