୧୮ମାସ ପରେ ଖୋଲିଲା ୮ମ ଶ୍ରେଣୀ ; ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) କୋରାଇ :- ବିଶ୍ୱ ମହାମାରି କରୋନା ଯୋଗୁ ବନ୍ଦ ରହିଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଦୀର୍ଘ ୧୮ମାସ ପରେ ଆଜି ଖୋଲିଛି; ଶ୍ରେଣୀ ଗୃହ ଶିକ୍ଷାଦାନ ପାଇଁ ଛାତ୍ରଛାତ୍ରୀ ମାନେ ଆନନ୍ଦମନରେ ବହିବସ୍ତାନୀ ଧରି ଆଜି ପୂର୍ବାହ୍ଣ ୧୦ଟାରେ ବିଦ୍ୟାଳୟକୁ ଆସୁଥିବା ଦେଇଯାଇଛି ।

ଏହି ଅବସରେ ବିଦ୍ୟାଳୟ ପକ୍ଷରୁ ମଧ୍ୟ ପିଲାମନଙ୍କୁ ବିଦ୍ୟାୟଳ ପକ୍ଷରୁ ସ୍ୱାଗତ କରାଯାଇଛି । ଏହି ପରିପ୍ରେକ୍ଷୀରେ କୋରାଇ ଶିକ୍ଷା ମଣ୍ଡଳ ଅଧିନସ୍ତ ଧନେଶ୍ୱର ପଂଚାୟତ ସ୍ଥିତ ପାଟୁଳି ଉଚ୍ଚପ୍ରାଥମିକ ସରକାରୀ ବିଦ୍ୟାଳୟ ପକ୍ଷରୁ ୧୮ମାସପରେ ଆସିଥିବା ୮ମଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ଉତ୍ସବ କରାଯାଇଥିଲା ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦନଚରଣ ତରାଇଙ୍କ ତତ୍ୱାବଧନାରେ ଶିକ୍ଷକ ସୁରେନ୍ଦ୍ର କୁମାର ବାହାଲିଆ, ଶିକ୍ଷୟିତ୍ରୀ ମନୋରମା ଦାସ, ସଂଘମିତ୍ରା ସାମଲ, ମୀନତି ଘୋଷ, ଐଶ୍ୱର୍ଯ୍ୟା ପତି, ଅପର୍ଣ୍ଣା ଦାଶ ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ପିଲାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପୂର୍ବକ ବନ୍ଦାପନା କରି ବିଦ୍ୟାଲୟକୁ ଆମନ୍ତ୍ରୀ ଆଣିଥିଲେ । ଏଥି ସହିତ କରୋନା ମହାମାରି ପିଲାମାନଙ୍କ କିଛି ଅନିଷ୍ଟ ନକରିବା ଓ ସୁସ୍ଥନିରାମୟ ଜୀବନ କାମନା ସ୍ୱରୂପ ବିଦ୍ୟାଳୟ ପରିସର ଶୁଭକଳସ ସ୍ଥାପନା କରି ପୂଜାର୍ଚ୍ଚନା କରିଥିଲେ ।

ତୁଣ୍ଡି ବାନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ସାବୁନରେ ହାତ ଧୋଇବା ଆଦି କରୋନା ସଂପର୍କିତ ସଚେତନା ଓ କଟକଣା ଉପରେ ପ୍ରଧାନଶିକ୍ଷକ ଶ୍ରୀ ତରେଇ ସୂଚନା ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବାଇଧର ମାଝି, ସଦସ୍ୟ ରଞ୍ଜନ କୁମାର ସ୍ୱାଇଁ ପ୍ରମୁଖ କାର୍ଯ୍ୟକର୍ତା ଓ ଅଭିଭାବକମାନେ ସାମିଲ ହୋଇଥିଲେ ।

ଦୀର୍ଘ ୧୮ମାସ ପରେ ସହପାଠୀ ସମ୍ମୁଖ ସାକ୍ଷତ ପାଇ ପରସ୍ପରକୁ ଅଭିବାଦନ ଜଣାଇଥିଲେ । ଏଥି ସହିତ ଶ୍ରେଣୀ ଗୃହ ଶିକ୍ଷାଦାନ ପାଇ ମଧ୍ୟ ଉତ୍ସାହିତ ହୋଇ ପଡିଥିଲେ ।ଏହି ପରିଭାବେ ଆଜି କୋରାଇ ଶିକ୍ଷା ମଣ୍ଡଳର ସମସ୍ତ ଉନ୍ନିତ ତଥା ଉଚ୍ଚପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ୮ମଶ୍ରେଣୀ ବିଦ୍ୟାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।  ( କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )