ଭଲଖବର: ଜନ୍ମ ଦିନରେ ଯୁବପରିଷଦ ପକ୍ଷରୁ ଚାରା ଉପହାର

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) କୋରାଇ :- ଜନ୍ମ ଦିନରେ ଯୁବପରିଷଦ ପକ୍ଷରୁ ଚାରା ଉପହାର,ଆଧୁନିକ ଯୁଗରେ ଲୋକେ ଜନ୍ମଦିନ, ବିବାହ, ବ୍ରତ ଆଦିରେ ସୁନା, ରୂପା, ପୋଷାକ ଆଦି ଭଳିଭଳି ଦାମି ଉପହାର ଦେଇଥାନ୍ତି । ପରିବେଷକୁ ଶନ୍ତୁଳନରୁ ରକ୍ଷା କରିବା ଲାଗି ‘ଚାରା’ ଭଳି ନିଆର ଉପହାର ଠାକୁରପାଟଣା ଯୁବ ପରିଷଦ ପକ୍ଷରୁ ଶକୁରପାଟଣା ସ୍ଥିତ ନିରା ମାଝିଙ୍କ ପୁଅ ଜଗବନ୍ଧୁଙ୍କ ଜନ୍ମଦିନରେ ଭେଟି ଦେଇଛନ୍ତି ।

ଏହି ଉତ୍ସବରେ ବିଭିନ୍ନ ବ୍ୟକ୍ତବିଶେଷ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ରାଜନୈତିକ ବ୍ୟକ୍ତି ବୃନ୍ଦ ଯୋଗଦେଇ ଦେଇ ବିଭିନ୍ନ ତରିକାର ଅନେକ ଉପହାର ହେଦଇଥିଲା ବେଳେ ଆମନ୍ତ୍ରତ ଆମନ୍ତ୍ରୀତ ଯୁବପରିଷଦ ପକ୍ଷରୁ ଉପସଭାପତି ରାମାକନ୍ତ ଜେନା ପ୍ରମୁଖ କର୍ମକର୍ତା ଓ ସଦସ୍ୟ ପହଂଚି ଜଗବନ୍ଧୁଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉବା ସହ ଉପହାର ସ୍ୱରୂପ ଏକ ଚାରା ପ୍ରଦାନ କରିଥିଲେ ।

ଏଭଳି ନିଆରା ଉପହାର ପାଇ ପରିବା ସମେତ ଜଗବନ୍ଧୁ ଖୁସି ହେବା ସହିତ ସମାଜକୁ ଏକ ଭଲ ବାର୍ତା ଯୁବପରିଷଦ ଦେଇଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)